ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ମାଲକାନଗିରି ଜିଲ୍ଲା, ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି
ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି । ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛି ମାଲକାନଗିରି ଜିଲ୍ଲା । ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି। ବନ୍ଧ ଭାଙ୍ଗି ଗାଁରେ ପଶିଛି ପାଣି ।

ମାଲକାନଗିରି(କେନ୍ୟୁଜ୍): ଲଗାଣ ବର୍ଷାରେ ଉବୁଟୁବୁ ମାଲକାନଗିରି । ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଛି ମାଲକାନଗିରି ଜିଲ୍ଲା । ଯୁଆଡେ ଚାହିଁବ ଖାଲି ପାଣି ଆଉ ପାଣି। ବନ୍ଧ ଭାଙ୍ଗି ଗାଁରେ ପଶିଛି ପାଣି। କଦଳୀଗନ୍ଧା ଗାଁରେ ର୍ନିମାଣଧିନ ଅମୃତ ସରବର ବନ୍ଧ ଭାଙ୍ଗି ଚାଷ ଜମି ଆଉ ଗାଁ ଭିତରେ ପାଣି ପଶିଛି। ପ୍ରଭାବରେ ହେକ୍ଟର ହେକ୍ଟର ଚାଷ ଜମି ଜଳ ମଗ୍ନ ହୋଇ ଚାଷ ନଷ୍ଟ ହୋଇଛି।
ପାଙ୍ଗାମ୍ ପୋଲ,ଏମ୍ଭି ୩୭, ପୋଟେରୁ, କାଙ୍ଗୁରକଣ୍ଡା, mv -୯୬ ପୋଲ ଉପରେ ୩ ରୁ ୫ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି ବନ୍ୟା ଜଳ । ଏଥିଯୋଗୁ ମାଲକାନଗିରିରୁ ଜୟପୁର, ବାଲିମେଳା, କାଲିମେଳା ଓ ମୋଟୁକୁ ଯାତାୟାତ ଠପ୍ ହୋଇଛି ।
ଜାତୀୟ ରାଜପଥରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଜିଲ୍ଲାକୁ ଲାଗିଥିବା ଆନ୍ଧ୍ର, ତେଲେଙ୍ଗାନାକୁ ମଧ୍ୟ ଯାଆସ ବାଧାପ୍ରାପ୍ତ । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ତଳିଆ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା ବ୍ୟବସ୍ଥା କରିଛି । ପାଣି ଚାଲୁଥିବା ପୋଲ ନିକଟରେ ନାଲି ଫିତା ବନ୍ଧା ଯିବା ସହ ପୋଲିସ ମୁତୟନ କରାଯାଇଛି ।