Below header

ବିଲ୍‌ ପାସ୍‌ ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ, ଡିପିଏମ୍‌ଙ୍କୁ ଧରିଲା ଭିଜିଲାନ୍‌ସ

ମାଲକାନଗିରି (କେ ନ୍ୟୁଜ୍‌) : ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ତରଫରୁ ସିଡିଏମଓ କାର୍ଯ୍ୟାଳୟରେ ଚଢାଉ। ଏନଆରଏଚଏମ ର ଡିପିଏମ ସୁଦୀପ କେଶ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ।

ଏନଆରଏଚଏମର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ କୌଣସି ଏକ କାମର ବିଲ୍‌ କରିବା ପାଇଁ ଡିପିଏମଙ୍କ ନିକଟକୁ ଯାଇଥିଲେ। ତେବେ ଡିପିଏମ ସୁଦୀପ କେଶ ବିଲ ପାସ୍‌ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଜେଇ ନବଘନ ଖିଲ ଏନେଇ ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ନିକଟରେ କେଶ ଦାୟର କରିବା ପରେ ଗତ ଦୁର୍ନୀତି ନିବାରଣ ବିଭାଗର ଡିଏସପି ସୁଶାନ୍ତ କୁମାର ବିଶ୍ୱାଳଙ୍କ ନେତୃତ୍ବରେ ଏକ ଟିମ ସଂଧ୍ୟାରେ ଡିପିଏମଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲେ। ଡିପିଏମ ସୁଦୀପ କନିଷ୍ଠ ଯନ୍ତ୍ରୀ ନବଘନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନସ ହାତରେ ଧରାପଡିଥିଲେ। ଡିପିଏମ ସୁଦୀପଙ୍କୁ ଗିରଫ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.