Below header

ଲଗାଣ ବର୍ଷାରେ ବେହାଲ୍‌ ମାଲକାନଗିରି: ଭାସିଲା, ବୁଡିଲା ଏମ୍‌ଭି-୩୭ ପୋଲ

ମାଲକାନଗିରି ଏମ୍‌ଭି-୩୭ ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲୁଛି । ଫଳରେ ମାଲକାନଗିରି-ବାଲିମେଳା ଯାତାୟତ ଠପ୍‌ ହୋଇଛି ।

ମାଲକାନଗିରି (କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ୍‌ ମାଲକାନଗିରି । ଭାସିଲା, ବୁଡିଲା ଏମ୍‌ଭି-୩୭ ପୋଲ । ଜାତୀୟ ରାଜପଥ ଉପରେ ଚାଲୁଛି ପାଣି। ଏମ୍‌ଭି-୩୭ ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲୁଛି । ଫଳରେ ମାଲକାନଗିରି-ବାଲିମେଳା ଯାତାୟତ ଠପ୍‌ ହୋଇଛି ।

ପୋଟେରୁ, କୋରକୁଣ୍ଡା ପୋଲ ଉପରେ ୩ରୁ ୫ ଫୁଟର ପାଣି ଚାଲୁଛି । ଦୁଇ ଦିନ ଧରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି । ଆଗକୁ ବର୍ଷା ଲାଗି ରହିଲେ ବନ୍ୟା ପରିସ୍ଥିତି ଉପୁଜିପାରେ । ଏନେଇ ଜିଲ୍ଲା ପ୍ରଶାସନ ଆଲର୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.