କେବେ ଦେଖିଛନ୍ତି କି ଧୋନିଙ୍କ ଗ୍ୟାରେଜର ଭିଡିଓ, ବାଇକ କଲେକ୍ସନ ଦେଖି ଆପଣଙ୍କ ମୁଣ୍ଡ ଘୂରେଇଯିବ

ପୂର୍ବ ଭାରତୀୟ ବୋଲର ଭେଙ୍କଟେସ ପ୍ରସାଦ ତାଙ୍କ ବନ୍ଧୁ ପୂର୍ବତନ ସ୍ପିନର ସୁନିଲ ଯୋଶୀଙ୍କ ସହ ଧୋନିଙ୍କ ଘରକୁ ଯାଇଥିଲେ । ଯେଉଁଠାରେ ସେ ଧୋନିଙ୍କର ଏହି ବାଇକ କଲେକ୍ସନ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଧୋନିଙ୍କ ଏସୟୁଭି, ଭିଣ୍ଟେଜ ଏବଂ ସୁପର ବାଇକ୍ସର ବଡ଼ କଲେକ୍ସନ ଦେଖିବାକୁ ମିଳିଥିଲା ।

କ୍ୟାପଟେନ କୁଲ ନାଁରେ ସମସ୍ତଙ୍କ ମନ ଜିତିଥିବା ଧୋନି ବାଇକ ଓ କାରକୁ ବହୁତ ଭଲ ପାଆନ୍ତି । ଏନେଇ ଅନେକ ଥର ଆମେ ଆପଣଙ୍କୁ ତାଙ୍କ ସଉକ ବିଷୟରେ ମଧ୍ୟ ଜଣାଇଛୁ । ତେବେ ଅନେକ ସମୟରେ ଧୋନିଙ୍କର ବାଇକ ପ୍ରତି ଥିବା ଦୁର୍ବଳତା ସାମ୍ନାକୁ ଆସିଥାଏ । ଏହା ତାଙ୍କ କଲେକ୍ସନରୁ ସ୍ପଷ୍ଟ ବାରି ହୁଏ । ଟିମ ଇଣ୍ଡିଆର ପୂର୍ବତମ କ୍ୟାପଟନ୍‌ ମହେନ୍ଦ୍ର ସିଂ ଧୋନିଙ୍କ ଘର ରାଞ୍ଚିରେ ରହିଛି । ଏକଥା କାହାକୁ ବା ଅଛପା । ରାଞ୍ଚିସ୍ଥିତ ଧୋନିଙ୍କ ଘର ‘କୈଳାସପତି’ରେ ଗୋଟିଏ ବଡ଼ ଗ୍ୟାରେଜ ରହିଛି ଯେଉଁଠାରେ ସେ ତାଙ୍କର ସମସ୍ତ ଗାଡ଼ିକୁ ପାର୍କ କରିଥାନ୍ତି । ଏହି ଗ୍ୟାରେଜର ଫଟୋ ଅନେକ ସମୟରେ ଭାଇରାଲ ହୋଇଥାଏ । ତେବେ ବର୍ତ୍ତମାନ ପୂର୍ବ ଭାରତୀୟ କ୍ରିକେଟର ଭେଙ୍କଟେସ ପ୍ରସାଦ ଏହି ଗ୍ୟାରେଜ ଭିଡିଓ ସେୟାର କରିଛନ୍ତି ।

ନିକଟରେ ପୂର୍ବ ଭାରତୀୟ ବୋଲର ଭେଙ୍କଟେସ ପ୍ରସାଦ ତାଙ୍କ ବନ୍ଧୁ ପୂର୍ବତନ ସ୍ପିନର ସୁନିଲ ଯୋଶୀଙ୍କ ସହ ଧୋନିଙ୍କ ଘରକୁ ଯାଇଥିଲେ । ଯେଉଁଠାରେ ସେ ଧୋନିଙ୍କର ଏହି ବାଇକ କଲେକ୍ସନ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଧୋନିଙ୍କ ରାଞ୍ଚି ଫାର୍ମ ହାଉସରେ ଥିବା ବାଇକ କଲେକ୍ସନର ଏପରି ଦୃଶ୍ୟ ଆପଣ ମଧ୍ୟ କେବେ ଦେଖି ନଥିବେ । ଏହି ଭିଡିଓକୁ ଧୋନିଙ୍କ ପତ୍ନୀ ରେକର୍ଡ କରିଥିଲେ । ଭିଡିଓରେ ଏହା ଏକ ବାଇକ କଲେକ୍ସନ ନୁହେଁ ସୋରୁମ ହୋଇ ପାରିବ ବୋଲି ପ୍ରସାଦ କହିିଥିଲେ ।

ଟ୍ଵିଟରରେ ଧୋନିଙ୍କୁ ଟ୍ୟାଗ କରି ଭେଙ୍କଟେସ ପ୍ରସାଦ ଲେଖିଛନ୍ତି ଯେ, ‘କୌଣସି ବ୍ୟକ୍ତି ନିକଟରେ ମୁଁ ଏଭଳି ପ୍ୟାସନ ଥିବା ଦେଖିବାକୁ ପାଉଛି । ମହାନ ଉପଲବ୍ଧି ହାସଲ କରିବା ସହ ସେ ଜଣେ ମହାନ ବ୍ୟକ୍ତି । ଏହା ତାଙ୍କର ରାଞ୍ଚି ଘରେ ଥିବା ବାଇକ ଏବଂ କାର କଲେକ୍ସନର ଏକ ଝଲକ ମାତ୍ର । ଏହି ବ୍ୟକ୍ତି ଏବଂ ତାଙ୍କ କଲେକ୍ସନରେ ମୁଁ ଆଶ୍ଚର୍ଯ୍ୟ ହୋଇଛି । ଏଭଳି କିଛି ଲେଖି ଟ୍ଵିଟରରେ ସେୟାର କରିଛନ୍ତି ଭେଙ୍କଟେଶ ପ୍ରସାଦ ।

ଭେଙ୍କଟେଶ ପ୍ରସାଦ ଭିଡିଓକୁ ସେୟାର କରିଥିବାବେଳେ ଧୋନିଙ୍କ ପତ୍ନୀ ସାକ୍ଷୀ ଏହାକୁ ରେକର୍ଡ କରିଥିଲେ । ଭିଡିଓରେ ସାକ୍ଷୀ ଧୋନିଙ୍କୁ ପଚାରିଛନ୍ତି ‘ମାହି କାହିଁକି’ । ତେବେ ଧୋନି ସାଧାରଣ ସ୍ୱାମୀଙ୍କ ପରି ଏକ ସୁନ୍ଦର ଉତ୍ତର ରଖିଥିଲେ । ‘ଘର ଭିତରେ ଥିବା ପ୍ରତ୍ୟେକ ସ୍ଥାନକୁ ତୁମେ ନେଇ ଯାଇଛ, ମୁଁ ମୋର ନିଜର କିଛି ଚାହୁଁଥିଲି ଏବଂ କେବଳ ଏହି ଜିନିଷ ପାଇଁ ହିଁ ତୁମେ ଅନୁମତି ଦେଇଛ । ବ୍ୟାଡମିଣ୍ଟନ କୋର୍ଟ ପରେ ଏହା ରହୁ ତୁମେ ଚାହୁଁଥିଲ କିନ୍ତୁ ଏହା ବ୍ୟାଡମିଣ୍ଟନ କୋର୍ଟ ପୂର୍ବରୁ ହେବ ମୁଁ ଚାହିଁଥିଲି ।’

ଧୋନିଙ୍କ ଉତ୍ତରରେ ସାକ୍ଷୀ ହସିବାକୁ ଲାଗିଥିଲେ । ପ୍ରସାଦ ଏବଂ ଯୋଶୀ ଆଶ୍ଚର୍ଯ୍ୟ ହୋଇ ଚାରିଆଡ଼େ ଦେଖିବାକୁ ଲାଗିଥିଲେ ଏବଂ କହିଥିଲେ ଯେ, ଏଭଳି କିଛି କରିବା ପାଇଁ ମନରେ ଉତ୍କଣ୍ଠା ଥିବା ଆବଶ୍ୟକ, ଯେତେବେଳେ ପର୍ଯ୍ୟନ୍ତ ଜଣେ ପାଗଳ ନ ହୋଇଛି, ସେତେ ପର୍ଯ୍ୟନ୍ତ ଏଭଳି ହୋଇପାରିବ ନାହିଁ । ଏହି ଭିଡିଓରେ ଧୋନିଙ୍କ ଏସୟୁଭି, ଭିଣ୍ଟେଜ ଏବଂ ସୁପର ବାଇକ୍ସର ବଡ଼ କଲେକ୍ସନ ଦେଖିବାକୁ ମିଳିଥିଲା । ତେବେ ଧୋନି ଇଣ୍ଟରନେସନାଲ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି ଏବଂ ସେ ବର୍ତ୍ତମାନ କେବଳ ଆଇପିଏଲରେ ଖେଳୁ ଥିବା ନଜର ଆସନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.