Below header

ଯାଜପୁର ରୋଡ ଜହ୍ନା ଛକରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌, ୩୨ ଯାତ୍ରୀ ଆହତ

କଟକରୁ କରଞ୍ଜିଆ ଅଭିମୁଖେ ଯାଉଥିବା ବେଳେ ରାସ୍ତା ତଳକୁ ଓଲଟି ବିଲ ଭିତରେ ପଡିଲା ବସ୍‌ । ଦୁର୍ଘଟଣାରେ ଦୁଇ ଶିଶୁ ଏବଂ ୮ ଜଣ ମହିଳାଙ୍କ ସମେତ ୩୨ ଜଣ ଯାତ୍ରୀ ଆହତ ।

ଯାଜପୁର ରୋଡ(କେନ୍ୟୁଜ୍): ଯାଜପୁର ରୋଡ କୋରେଇ ଥାନା ଜହ୍ନା ଛକରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌ । କଟକରୁ କରଞ୍ଜିଆ ଅଭିମୁଖେ ଯାଉଥିବା ବେଳେ ବସଟି ରାସ୍ତା ତଳକୁ ଓଲଟି ବିଲ ଭିତରେ ପଡିଥିଲା । ଦୁର୍ଘଟଣାରେ ଦୁଇ ଶିଶୁ ଏବଂ ୮ ଜଣ ମହିଳାଙ୍କ ସମେତ ୩୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.