NCL ରେ ୭୦୦ ପଦବୀ ଖାଲି, ବିନା ପରୀକ୍ଷାରେ ହେବ ନିଯୁକ୍ତି

ନର୍ଦନ କୋଲ୍ଡଫିଲ୍ଡସ ଲିମିଟେଡରେ ଅପାରଣ୍ଟିସ ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ବିନା ଆବେଦନ ଶୁଳ୍କରେ ପରୀକ୍ଷା ନ ଦେଇ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୩ ତାରିଖ ରହିଛି ।

ଇଂଜିନିୟରିଂ କରିଥିବା ପ୍ରାର୍ଥୀଙ୍କ ପାଇଁ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ନର୍ଦନ କୋଲ୍ଡଫିଲ୍ଡସ ଲିମିଟେଡରେ ଅପାରଣ୍ଟିସ ପଦବୀ ଖାଲିପଡିଛି । ଏଠାରେ ୭୦୦ ପଦବୀ ଖାଲିପଡିଛି । ଇଚ୍ଛୁକ ପ୍ରାର୍ଥୀ ଆବେଦନ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ କରିପାରିବେ । ଆବେଦନ ପାଇଁ ପ୍ରକ୍ରିୟା ୨୦ ଜୁଲାଇରୁ ଆରମ୍ଭ ହେବ ।

ପଦବୀ ବିବରଣୀ : ୭୦୦

ଜରୁରୀ ତାରିଖ : ଆବେଦନ କରିବା ତାରିଖ ୨୦ ଜୁଲାଇରୁ ଆରମ୍ଭ ହେବ ଏବଂ ଅଗଷ୍ଟ ୩ ତାରିଖରେ ଶେଷ ହେବ ।

ଶିକ୍ଷାଗତ ଯୋଗ୍ୟତା : ବିସିଏ ଠାରୁ ଆରମ୍ଭ କରି ବିଏ, ବି ଫାର୍ମା, ବିକମ୍‌, ଇଂଜିନିୟରିଂ ଏବଂ ଡିପ୍ଲୋମା କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ ।

ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୧୮ରୁ ୨୬ ବର୍ଷ ହୋଇଥିବା ଜରୁରୀ । ନିୟମାନୁସାରେ ସ୍ପେଶାଲ କ୍ୟାଟେଗୋରୀରେ ବୟସ ସୀମାରେ ଛାଡ୍‌ ମିଳିବ ।

ଏଠାରେ କେବଳ ଅନଲାଇନ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ନର୍ଦନ କୋଲ୍ଡଫିଲ୍ଡସ ଲିମିଟେଡର ଅଫିସିଆଲ ୱେବସାଇଟ nclcil.in କୁ ଯାଇ ଆବେଦନ କରିପାରିବେ ।

ଚୟନ ପ୍ରକ୍ରିୟା : ଏହି ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ସିଲେକ୍ସନ ମେରିଟ ଆଧାରରେ ହେବ । ଅର୍ଥାତ୍‌ ଏଥିପାଇଁ କୌଣସି ପରୀକ୍ଷା ଦେବାକୁ ପଡିବ ନାହିଁ ।

ଆବେଦନ ଶୁଳ୍କ : ଆବେଦନ ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ ।

ଦରମା : ଗ୍ରାଜୁଏଟ ଅପାରଣ୍ଟିସ ପଦବୀ ପାଇଁ ୯୦୦୦ ଟଙ୍କା ଦରମା ଏବଂ ଟେକ୍ନିସିଆନ ଅପାରଣ୍ଟିସ ପାଇଁ ୮୦୦୦ ଟଙ୍କା ଷ୍ଟାଇପେଣ୍ଡ ମିଳିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ ;

https://drive.google.com/file/d/1Yqc5JaQBEUlwqF7MiboDnLvDrUKbecxS/view

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.