Below header

ମମିତା ମେହେର ହତ୍ୟା ଘଟଣା: ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କ ଛଡ଼ା କାହାର ସମ୍ପୃକ୍ତି ନଥିବା ସ୍ପଷ୍ଟ କଲେ ଉତ୍ତରାଞ୍ଚଳ ଡିଆଇଜି

କେନ୍ୟୁଜ୍(ବ୍ୟୁରୋ):  ମହାଲିଙ୍ଗ ସନସାଇନ ପବ୍ଲିକସ୍କୁଲ ଅଧ୍ୟକ୍ଷା ମମିତା ମେହେର ରାୟପୁର ଯାଇନଥିଲେ । ହତ୍ୟା ଘଟଣାରେ ୨ ଅଭିଯୁକ୍ତଙ୍କ ଛଡ଼ା କାହାର ସମ୍ପୃକ୍ତି ନାହିଁ । ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ‘ପୋଲିସ ଘଟଣାର ପୁଙ୍ଖନାପୁଙ୍ଖ ତଦନ୍ତ କରୁଛି । ‘୧୦ ଜଣ ସାକ୍ଷୀଙ୍କର ୧୬୧ ବୟାନ ରେକର୍ଡ କରାଯାଇଛି । ‘ବୈଷୟିକ ଟିମ୍‌ ଜରିଆରେ ତଦନ୍ତ କରାଯାଇଛି । ତଦନ୍ତରୁ ମିଳିଥିବା ତଥ୍ୟ ଅନୁସାରେ ଦୋଷୀଙ୍କୁ ଦଣ୍ଡ ଦିଆଯିବ । ଏପଟେ କୋର୍ଟକୁ ବିଳମ୍ବରେ ମାମଲା ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି ବୋଲି ଡିଆଇଜି ସ୍ପଷ୍ଟ କରିଛନ୍ତି ।

୧୩ ତାରିଖରେ ଥାନାରେ ମାମଲା ରୁଜୁ ସହ କୋର୍ଟକୁ ମାମଲା ଯାଇଥିଲା । ୨୪ ଘଣ୍ଟାରେ ସିସିଟିଏନ୍‌ଏସ୍‌ରେ ଅପଲୋଡ କରାଯାଇଛି । ୧୬ ତାରିଖରେ ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । ପୂଜା ଛୁଟି ପାଇଁ କୋର୍ଟରେ ମାମଲା ଦାଖଲରେ ବିଳମ୍ବ ହୋଇଛି ବୋଲି ଡିଆଇଜି ସୂଚନା ଦେଇଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ଏବେ ଜେଲରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.