ଇଂରାଜୀରେ ନିଜକୁ ଆଉ କମ୍‌ ବୋଲି ଭାବିବେନି ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ, ୨ଟି ଉପାଦେୟ ବହିର ହେଲା ଉନ୍ମୋଚନ

କେନ୍ୟୁଜ୍(ବ୍ୟୁରୋ):  କିସ୍‌ ଜଗନ୍ନାଥ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଛି ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ୨ଟି ବହି ‘‘NEW APPROACH TO TRANSLATION ODIA TO ENGLISH ’’ & ‘‘ENGLISH GRAMMAR IN ACTION’’ । ଏହି ୨ ଟି ବହିର ଲେଖକ ହେଉଛନ୍ତି ବୈଦ୍ୟନାଥ ରାଉତ । ଦୀର୍ଘବର୍ଷ ହେଲା ଶିକ୍ଷାଦାନ କ୍ଷେତ୍ରରେ ନିଜର ଅଭିଜ୍ଞତା ଓ ରାଜ୍ୟର ବିଭିନ୍ନ ସ୍ଥାନରେ ୨ଶହରୁ ଅଧିକ ବକ୍ତତାକୁ ଆଧାର କରି ସେ ଏ ବହି ଲେଖିଛନ୍ତି । ଦୀର୍ଘ ଅଢେଇ ବର୍ଷ ପରିଶ୍ରମ ପରେ ସେ ଏହି ବହି ଲେଖିଛନ୍ତି ।

english book

ଓଡିଶାର ପିଲାମାନେ ନିଜର ମାତୃଭାଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ ଇଂରାଜୀରେ ନିଜକୁ କମ୍‌ ବୋଲି ଭାବନ୍ତି । ସେଭଳି ପିଲାଙ୍କ ପାଇଁ ଏ ବହି ବହୁତ ଉପାଦେୟ ସାବ୍ୟସ୍ତ ହେବ ବୋଲି କହିଛନ୍ତି ଏହାର ଲେଖକ । ଆଜି ପୁସ୍ତକ ଉନ୍ମୋଚନ ଉତ୍ସବର ମୁଖ୍ୟ ଅତିଥି ଥିଲେ କାଦମ୍ବିନୀର ସମ୍ପାଦିକା ଡ. ଇତି ସାମନ୍ତ । ଏହି କାଯ୍ୟର୍କ୍ରମରେ କଳିଙ୍ଗ ଟିଭିର ସିଏମ୍‌ଡି ହିମାଂଶୁ ଖଟୁଆ, କିସ୍‌ର ବରିଷ୍ଠ ଅଧିକାରୀ, ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ବିଶେଷଜ୍ଞ, କଲାରାବାଙ୍କ ହାଇସ୍କୁଲର ଉପଦେଷ୍ଟା ଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.