ଲୋକାଲ ଟୋକା କହି ଦାଦାଗିରି କରୁଥିଲେ ଯୁବକ, ଶେଷରେ ନିଜେ ଛେଚା ଖାଇ ବନ୍ଧା ହେଲେ!

ଟ୍ରାଫିକ ଭିଡ଼ ଦେଖି ଟ୍ରାଫିକ ପୋଲିସ ଜଣେ ଆସି ରାସ୍ତା କ୍ଲିୟର କରିବାକୁ ଚେଷ୍ଟା କରୁଥାନ୍ତି। ସେହି ସମୟରେ ଜଣେ ଯୁବକ ଆସି ସେହି ଟ୍ରାଫିକ ବାବୁଙ୍କ ସହିତ ଯୁକ୍ତି କରିବା ଆରମ୍ଭ କରିଦେଲେ ଏବଂ ହାତ ଉଠାଇ ବାଡେଇଵା ସହିତ ତାଙ୍କୁ ଧରି ତଳେ ପକାଇ ଆଖି ପତା ଓ ଗାଲ କୁ କାମୁଡି ଦେଲେ ।

ଭୁବନେଶ୍ୱର(କେନ୍ୟୁଜ):  ଗତକାଲି ଆମେ ଆପଣଙ୍କୁ ଦେଖାଇଥିଲୁ ଏକ ଭିଡିଓ । ଯେଉଁ ଭିଡିଓ ଦେଖିବା ପରେ ଅନେକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭିଡିଓଟିରେ ଜଣେ ଯୁବକ ବିଚ୍ ରାସ୍ତା ଉପରେ ଜଣେ କାର୍ଯ୍ୟରତ ଟ୍ରାଫିକ ପୋଲିସଙ୍କୁ ବାଡଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ ରାସ୍ତା ଉପରେ ଗଡାଗଡି ବାଡିଆ ପିଟା ବେଶ୍ କିଛି ସମୟ ଧରି ଚାଲିଥିଲା ଉଭୟଙ୍କ ଭିତରେ। ତଳେ ପଡ଼ି ଗଡା ତଡା ବେଳେ ଯୁବକ ଜଣକ ଟ୍ରାଫିକ ପୋଲିସ କୁ କାମୁଡି ଦେଇଥିଲେ । ହଠାତ ଟ୍ରାଫିକ ପୋଲିସ୍ ଜଣକ ରକ୍ତ ଜୁଡୁବୁଡୁ ହୋଇଯାଇଥିଲେ । ହେଲେ ଏଭଳି ଅଭାବନୀୟ ଘଟଣା କାହିଁକି ଘଟିଲା ଏ ପ୍ରଶ୍ନ ଆପଣମାନଙ୍କ ମନରେ ନିହାତୀ ଆସିଥିବ। ତେବେ ଆସନ୍ତୁ ଜାଣିବା ଏ ଗଣ୍ଡଗୋଳ କାହିଁକି ହେଲା ।

ଅପରାହ୍ନ ଚାରିଟା କୋଡିଏରୁ ସାଢେ ଚାରି ଭିତରେ ହେବ । ହଠାତ୍ ଭରତପୁର ଟ୍ରାଫିକ ଠାରୁ ଅଳ୍ପ ଦୂର ଅର୍ଥାତ ଫାୟାର ଷ୍ଟେସନ ଆଡକୁ ଯିବା ରାସ୍ତାରେ ଭିଡ଼ ହେଲା। କଣ କାରଣ ଏତେ ସମୟ ଧରି କାହିଁକି ଭିଡ଼ ହେଲା ଆମେ ଜାଣିବା ପାଇଁ ଘଟଣାସ୍ଥଳରେ ପହଁଚିଲୁ । ଯାଇ ଦେଖିଲୁ କ୍ରମାଗତ ଗୋଟିଏ ପରେ ଗୋଟିଏ ଗାଡି ତାପଛ କୁ ପଛ ବାଡେଇ ହୋଇ ଦୁର୍ଘଟଣା ଘଟିଛି। ଲୋକ ମାନେ ପରସ୍ପର ଭିତରେ କଥା ହେଉଛନ୍ତି କଣ କେମିତି ଦୁର୍ଘଟଣା ହେଲା। ଠିକ ଏତିକି ବେଳେ ଟ୍ରାଫିକ ପୋଲିସ୍ କୁ କାମୁଡି ଥିବା ଯୁବକ ଆସି କେଉଁ ଗୋଟେ ଗାଡିର ଚାବି ନେଇଗଲେ ତ ପୁଣି ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ଗାଳି ଗୁଲଜ ଯୁକ୍ତି ତର୍କ କଲେ । ସେହି ସମୟରେ କିଏ ଗାଡି ସାଇଡ କରୁଥାନ୍ତି କିଏ ଭିଡ଼ ଭିତରୁ ଅନ୍ୟ ବାଟ ଦେଇ ଯାଉଥାନ୍ତି ।

attack

ଟ୍ରାଫିକ ଭିଡ଼ ଦେଖି ଟ୍ରାଫିକ ପୋଲିସ ଜଣେ ଆସି ରାସ୍ତା କ୍ଲିୟର କରିବାକୁ ଚେଷ୍ଟା କରୁଥାନ୍ତି। ସେହି ସମୟରେ ସାମ୍ବାଦିକ ମାନଙ୍କ ସହିତ ଯୁକ୍ତି କରୁଥିବା ଯୁବକ ସେହି ଟ୍ରାଫିକ ବାବୁଙ୍କ ସହିତ ବି ଯୁକ୍ତି କରିବା ଆରମ୍ଭ କରିଦେଲେ ଏବଂ ହାତ ଉଠାଇ ବାଡେଇଵା ସହିତ ତାଙ୍କୁ ଧରି ତଳେ ପକାଇ ଆଖି ପତା ଓ ଗାଲ କୁ କାମୁଡି ଦେଲେ । ତାପରେ ସ୍ଥାନୀୟ ଯୁବକ ମାନେ ଆସି ଛଡାଛଡି କରିବା ସହ ଯୁବକଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କଲେ । କିନ୍ତୁ ଯୁବକ ନିଜ ଜିଦ୍ ରେ ଅଟଳ। ଯୁବକ ଜଣଙ୍କ ସ୍ଥାନୀୟ ଯୁବକ ମାନଙ୍କୁ ଲୋକାଲ ଘର ଅନ୍ଧାରୁଆ ବୋଲି ଭୟ ଦେଖାଇ ଦାଦାଗିରି କରିବା କଲେ । ଆଉ ସେହି ସ୍ଥାନୀୟ ଯୁବକ ମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କଲେ । ଯାହା ଫଳରେ ସ୍ଥାନୀୟ ଯୁବକ ମାନେ ଉତ୍ୟକ୍ତ ହୋଇ ନିର୍ଧୁମ ଛେଚିଲେ ।

କିଏ ବିଧା କିଏ ଗୋଇଠା କିଏ ପୁଣି ହେଲମେଟ ରେ। ତାପରେ ପୋଲିସକୁ ଡାକି ଉକ୍ତ ଯୁବକଙ୍କୁ ପୋଲିସର ଜିମା ଦିଆଗଲା । ବୁଝୁ ବୁଝୁ ଜଣା ପଡିଲା ଉକ୍ତ ଯୁବକ ସେହି ଅଞ୍ଚଳରେ ରାସ୍ତା ତିଆରି କାମ ନେଇଛନ୍ତି । ମିସ୍ତ୍ରୀ ମୁଲିଆ ଲଗାଇ କାମ କରୁଛନ୍ତି । କଣ୍ଟ୍ରାକ୍ଟର ଭାବରେ ଉତ୍ପାତ କରନ୍ତି ସେ ଅଞ୍ଚଳରେ ବୋଲି ଲୋକେ କୁହାକୁହି ହେଉଥିଲେ। ଯଦି ଜଣେ କାର୍ଯ୍ୟରତ ପୋଲିସ କୁ ଏମିତି ଲହୁ ଲୁହାଣ କରିପାରିଲେ ବିଚ୍ ରୋଡ଼ ଉପରେ, ତେବେ ସାଧାରଣ ଲୋକ କେମିତି ଉକ୍ତ ଯୁବକଙ୍କ ଠାରୁ ତିଷ୍ଠି ପାରିଥାନ୍ତେ। ତେବେ ଏଭଳି ଯୁବକମାନଙ୍କୁ କୋଠାରୁ କୋଠାର ଦଣ୍ଡ ପ୍ରଦାନ କରବାକୁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.