Below header

ଝିଆରୀ ବାହାଘର ଦିନ ବଡ଼ବାପାର ମୃତ୍ୟୁ

ଝିଆରୀ ବାହାଘର ଦିନ ବଡ଼ବାପାର ମୃତ୍ୟୁ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ଗାଁରେ ଅଭାବନୀୟ ଘଟଣା ଘଟିଛି । ଆରୁହା ଗାଁର ଯଯାତି ରାଉତଙ୍କ ଝିଅ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଘର ଆଗରେ ସୁନ୍ଦର ଟେଣ୍ଟ ବନ୍ଧା ଯିବା ସହ ରୋଷେଇ କାର୍ଯ୍ୟ ବି ଚାଲିଥିଲା ।

ଯାଜପୁର(କେନ୍ୟୁଜ) : ଝିଆରୀ ବାହାଘର ଦିନ ବଡ଼ବାପାର ମୃତ୍ୟୁ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ଗାଁରେ ଅଭାବନୀୟ ଘଟଣା ଘଟିଛି । ଆରୁହା ଗାଁର ଯଯାତି ରାଉତଙ୍କ ଝିଅ ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଘର ଆଗରେ ସୁନ୍ଦର ଟେଣ୍ଟ ବନ୍ଧା ଯିବା ସହ ରୋଷେଇ କାର୍ଯ୍ୟ ବି ଚାଲିଥିଲା । ଘରେ ବନ୍ଧୁବାନ୍ଧବଙ୍କର ବେଶ ଭିଡ଼ ବି ଜମିଥିଲା । ଘରେ ଖୁସିର ମାହୋଲ ଚାଲିଥିବା ବେଳେ ଯଯାତି ରାଉତଙ୍କ ବଡ଼ ଭାଇ ହରିହରଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ।

ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଘରର ମୁରବୀଙ୍କୁ ହରାଇବା ପରେ ବିବାହର ଖୁସି ଦୁଃଖରେ ପରିଣତ ହୋଇଥିବାବେଳେ, ବଡ଼ବାପାଙ୍କର ମୃତ୍ୟୁ ଯୋଗୁ ଝିଆରୀର ବାହାଘର ବନ୍ଦ ହୋଇଥିବା ଜଣାପଡିଛି । ବରପକ୍ଷଙ୍କ ସହ ଆଲୋଚନା ପରେ ବାହାଘରକୁ ସ୍ଥଗିତ ରଖାଯାଇଛି । ଏହି ଘଟଣାରେ ପରିବାରବର୍ଗ ଓ ଗ୍ରାମବାସୀ ସମସ୍ତେ ମର୍ମାହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.