ବିଶାଖାପାଟଣା ଟେଷ୍ଟ : ମାଟି କାମୁଡିଲା ଇଂଲଣ୍ଡ, ୧୦୬ ରନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିଲା ଭାରତ

ପ୍ରଥମ ଟେଷ୍ଟର ପ୍ରତିଶୋଧ ଦ୍ୱିତୀୟ ଟେଷ୍ଟରେ ନେଲା ରୋହିତ ବାହିନୀ । ଭାରତ ଦେଇଥିବା ୩୯୯ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୨୯୨ ରନରେ ଅଲଆଉଟ୍‌ ହୋଇଛି । ଫଳରେ ଭାରତ ୧୦୬ ରନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିଛି ।

ଦ୍ୱିତୀୟ ଟେଷ୍ଟରେ ପ୍ରତିଶୋଧ ନେଲା ଭାରତ । ପ୍ରଥମ ଟେଷ୍ଟର ପ୍ରତିଶୋଧ ଦ୍ୱିତୀୟ ଟେଷ୍ଟରେ ନେଲା ରୋହିତ ବାହିନୀ । ବିଶାଖାପାଟଣା ଟେଷ୍ଟରେ ବୋଲିଂରେ କମାଲ କଲେ ବୁମରା ଏବଂ ଅଶ୍ୱିନ । ଆଉ ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିଯାଇଛି ଭାରତୀୟ ଟିମ୍‌ । ଭାରତ ଦେଇଥିବା ୩୯୯ ରନର ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୨୯୨ ରନରେ ଅଲଆଉଟ୍‌ ହୋଇଛି । ଫଳରେ ଭାରତ ୧୦୬ ରନରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଜିତିଛି ।

ଭାରତ-ଇଂଲଣ୍ଡ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଇଂଲଣ୍ଡ ୨୮ ରନର ଜିତିଥିଲା । ଯାହାର ପ୍ରତିଶୋଧ ଭାରତ ବିଶାଖାପାଟଣାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ନେଇଛି । ବ୍ୟାଟିଂ ଓ ବୋଲିଂରେ କମାଲ କରିଛନ୍ତି ରୋହିତ ବାହିନୀ । ପ୍ରଥମ ପାଳିରେ ଯଶସ୍ୱୀ ଜୟସ୍ୱାଲଙ୍କ ଦ୍ୱିଶତକ ଏବଂ ଦ୍ୱିତୀୟ ପାଳିରେ ଶୁବମନଙ୍କ ଶତକ ଯୋଗୁଁ ଭାରତ ଇଂଲଣ୍ଡକୁ ଭଲ ସ୍କୋର ଟାର୍ଗେଟ ଦେଇଥିଲା ।

ଭାରତ ପ୍ରଥମ ପାଳିରେ ୩୯୬ ରନ୍‌ କରିଥିବା ବେଳେ ଦ୍ୱିତୀୟ ପାଳିରେ ୨୫୫ ରନ୍‌ କରିଥିଲା । ଯାହାକୁ ଲକ୍ଷ୍ୟ କରି ଇଂଲଣ୍ଡ ପ୍ରଥମ ପାଳିରେ ୨୫୩ ରନ୍‌ ଏବଂ ଦ୍ୱିତୀୟ ପାଳିରେ ୨୯୨ କରି ଅଲଆଉଟ ହୋଇଥିଲା । ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲିଂରେ ବୁମରା ଏବଂ ଅଶ୍ୱିନ କମାଲ କରିଥିଲେ । ଦ୍ୱିତୀୟ ପାଳିରେ ଅଶ୍ୱିନ ୩ଟି, ବୁମରା ୩ଟି, ମୁକେଶ କୁମାର, କୁଲଦୀପ ଯାଦବ, ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.