Below header

ରାଜ୍ୟପାଳଙ୍କ ଅଭିଭାଷରୁ ଆରମ୍ଭ ହେଲା ଗୃହ କାର୍ଯ୍ୟ : ବିଭିନ୍ନ ପ୍ରକଳ୍ପ ଓ ପଦକ୍ଷେପ ପାଇଁ ରାଜ୍ୟ ସରକାରଙ୍କୁ କଲେ ପ୍ରଶଂସା

ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷରୁ ଆରମ୍ଭ ହୋଇଥିଲା ପ୍ରଥମ ଦିନ ଗୃହ କାର୍ଯ୍ୟ । ଅଭିଭାଷଣରେ ରାଜ୍ୟ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟର ଆଲୋକପାତ କରିଥିଲେ ରାଜ୍ୟପାଳ। ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ ।

ଭୁବନେଶ୍ୱର(କେନ୍ୟୁଜ) : ଆରମ୍ଭ ହୋଇଛି ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ରଘୁବର ଦାସଙ୍କ ଅଭିଭାଷରୁ ଆରମ୍ଭ ହୋଇଥିଲା ପ୍ରଥମ ଦିନ ଗୃହ କାର୍ଯ୍ୟ । ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ରାଜ୍ୟପାଳ । ସହିଦ ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅଭିଭାଷଣରେ ରାଜ୍ୟ ସରକାରଙ୍କ ଜନମଙ୍ଗଳ କାର୍ଯ୍ୟର ଆଲୋକପାତ କରିଥିଲେ ରାଜ୍ୟପାଳ। ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିଲେ । ୮ ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ପରିକ୍ରମା ପ୍ରକଳ୍ପ । ଶ୍ରୀମନ୍ଦିର ସୁରକ୍ଷାରେ ଏହି ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ ।  ସୁବିଧାରେ ଦର୍ଶନ ପାଇଁ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି  ପ୍ରାଚୀନ ମନ୍ଦିର, ଐତିହ୍ୟ ସଂରକ୍ଷଣ, ସୁରକ୍ଷାର ପ୍ରୋତ୍ସାହନ କରାଯାଉଛି। ଗ୍ରାମୀଣ ଓଡ଼ିଶାର ପରବର୍ତ୍ତୀ ପର୍ଯ୍ୟାୟ ରୂପାନ୍ତରଣ କରାଯାଉଛି । ଲକ୍ଷ୍ମୀ ଯୋଜନା ମାଧ୍ୟମରେ ଗମନାଗମନର ସୁବିଧା ଉପଲବ୍ଧ ହେଉଛି । ଆମ ଓଡ଼ିଶା, ନବୀନ ଓଡ଼ିଶା ଏକ ଅନନ୍ୟ ବିକାଶମୂଳକ ପଦକ୍ଷେପ। ‘5T’ ଏବଂ ‘ମୋ ସରକାର’ ଏକ ନୂତନ ଯୁଗର ଆରମ୍ଭ କରିଛି । ନୂଆ-ଓ ଯୁବ ଭାଗିଦାରୀଙ୍କୁ ସଶକ୍ତ କରିବ ବୋଲି ଅଭିଭାଷଣରେ କହିଛନ୍ତି ରାଜ୍ୟପାଳ ।

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ସରକାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଦେଶରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରାଯାଉଛି । ଏହା ଦ୍ୱାରା ଓଡ଼ିଆ ଭାଷା ଆହୁରି ସମୃଦ୍ଧ ହେବ ।  କୃଷିକ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଚାଉଳ ଉତ୍ପାଦନ ବଢ଼ିଛି । ୪୩.୮୮ ଲକ୍ଷ କ୍ଷୁଦ୍ର ଓ ୧୮.୯୩ ଲକ୍ଷ ଭୂମିହୀନ ଚାଷୀଙ୍କୁ କାଳିଆ ସହାୟତା ମିଳିଛି । ବଲାଙ୍ଗିର ଜିଲ୍ଲାରେ ଲୋୟର ସୁକତେଲ ପ୍ରକଳ୍ପ ଆରମ୍ଭ ହୋଇଛି । ଅନେକ ମଧ୍ୟମ ଓ କ୍ଷୁଦ୍ର ଜଳସେଚନ ଯୋଜନା ଆରମ୍ଭ ହୋଇଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୪ ଲକ୍ଷ ୨୪ ହଜାର ପକ୍କା ଘର ନିର୍ମାଣ ହୋଇଛି । ପକ୍କାଘର ନିର୍ମାଣ କରି ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ହୋଇଛି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସ୍ଥିର ଓ ଶାନ୍ତିପୂର୍ଣ୍ଣ ରହିଥିବା ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି।  ରାଜ୍ୟରେ ପୂର୍ବାପେକ୍ଷା ହ୍ରାସ ପାଇଛି ମାଓହିଂସା । ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି ୩୨୦୦ରୁ ଅଧିକ ମାଓବାଦୀ । ନକ୍ସଲ ପ୍ରବଣ ଜିଲ୍ଲା ସଂଖ୍ୟା ୨୧ରୁ ୧୦କୁ ହ୍ରାସ ପାଇଛି । ୨୦୨୫ ସୁଦ୍ଧା ଗାଁର ସବୁ ଘରକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ । ‘ଡ୍ରିଙ୍କ୍ ଫର ଟ୍ୟାପ୍’ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର।

ଗ୍ରାମାଞ୍ଚଳର ୬୯% ଘର ଓ ୬୮% ସ୍କୁଲ ଘରକୁ ଯୋଗାଇ ପାଣି ଦିଆଯାଇଛି । ୫୯% ଅଙ୍ଗନବାଡି ଘରକୁ ପାନୀୟ ଜଳ ବ୍ୟବସ୍ଥା। ସହରାଞ୍ଚଳର ସବୁ ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ । ମାର୍ଚ୍ଚ ୨୦୨୪ ସୁଦ୍ଧା ୬ ସହରରେ ସମସ୍ତଙ୍କ ଘରକୁ ବିଶୁଦ୍ଧ ପାଣି ଯୋଗାଇ ଦିଆଯିବ। ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କ ପାଇଁ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି। ରାଜ୍ୟର ୧୦ଟି ସହର ବସ୍ତିମୁକ୍ତ ମାନ୍ୟତା ଲାଭ କରିଛି । ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ସହରାଞ୍ଚଳ ବସ୍ତି ମୁକ୍ତ ହେବ ।  ୨୦୨୭ ସୁଦ୍ଧା ସରିବ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ । ରାଜ୍ୟରେ ମୁଣ୍ଡପିଛା ଆୟରେ ବୃଦ୍ଧି ଘଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.