ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ
2017 ମସିହା କୋଟପାଡ଼ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ଅବ୍ରହାମ ହରିଜନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଜୟପୁର ଫାଷ୍ଟଟ୍ରାକ ସ୍ପେସାଲ କୋର୍ଟ l

ଜୟପୁର : 2017 ମସିହା କୋଟପାଡ଼ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ଅବ୍ରହାମ ହରିଜନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଜୟପୁର ଫାଷ୍ଟଟ୍ରାକ ସ୍ପେସାଲ କୋର୍ଟ l ଜୋରିମାନା ଅନାଦେୟ 9 ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛି କୋର୍ଟ l ଘଟଣାରେ 13 ଜଣ ସାକ୍ଷୀ ଓ 15 ଟି ଦସ୍ତାବିଜକୁ ଭିତ୍ତି କରି ରାୟ ଶୁଣାଇଛନ୍ତି ମାନ୍ୟବର ଆଡହକ ଅତିରିକ୍ତ ଦୋୖରା ଜର୍ଜ ସୁଶ୍ରୀ ପ୍ରଜ୍ଞା ନଳିନୀ ମିଶ୍ର l ଘଟଣାରେ ପୀଡିତାଙ୍କୁ ଛ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦେଶ ଦେଇଛନ୍ତି କୋର୍ଟ l