Below header

ଉଦଘାଟିତ ହେଲା ଏକାମ୍ର ଉତ୍ସବ, ଆସନ୍ତା ୯ ତରିଖ ପର୍ଯ୍ୟନ୍ତ ଚାଲିବ ଉତ୍ସବ

ଆଜି ଉଦଘାଟିତ ହେଲା ଏକାମ୍ର ଉତ୍ସବ । ବିଡିଏ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଥିବା ଉତ୍ସବ ଆସନ୍ତା ୯ ତରିଖ ପର୍ଯ୍ୟନ୍ତ ଚାଲିବ । ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡ଼ିଆରେ ଅୟୋଜିତ ହୋଇଛି ଏକାମ୍ର ଉତ୍ସବ ।

ଆଜି ଉଦଘାଟିତ ହେଲା ଏକାମ୍ର ଉତ୍ସବ । ବିଡିଏ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଥିବା ଉତ୍ସବ ଆସନ୍ତା ୯ ତରିଖ ପର୍ଯ୍ୟନ୍ତ ଚାଲିବ । ରାଜଧାନୀବାସୀଙ୍କ ମନୋରଞ୍ଜନ ପାଇଁ ଏକ ନୂତନ ରୂପରେ ପ୍ରଦର୍ଶନୀ ପଡ଼ିଆରେ ଅୟୋଜିତ ହୋଇଛି ଏକାମ୍ର ଉତ୍ସବ । “ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ” ପରିପ୍ରେକ୍ଷୀରେ ଏକାମ୍ର ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଖାଇବା ସହିତ ବୁଲିବାର ମଜା ନେଉଛନ୍ତି ରାଜଧାନୀବାସୀ । ସନ୍ଧ୍ୟାରେ ଆଲୋକମାଳା ରାଜଧାନୀକୁ ଦେଇଛି ଏକ ନୂଆ ରୂପ । ଭଳିକି ଭଳି ଖାଦ୍ୟ ପସରା ମଧ୍ୟ ଖୋଲିଛି ଆମ ବ୍ୟଞ୍ଜନରେ । ପରିବାର ସହିତ ଆସି ଲୋକମାନେ ସେଲ୍ଫି ନେଇ ଏକାମ୍ର ଉତ୍ସବର ମଜା ନେଉଛନ୍ତି । ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ସିନିୟର ରିପୋର୍ଟର ଅରୁନ୍ଧତୀ ମଲ୍ଲିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.