ବାଇକକୁ ଧକ୍କା ଦେଲା ଟ୍ରାକ୍ଟର , ଘଟଣା ସ୍ଥଳରେ ଝିଅ ମୃତ, ବାପା ଗୁରୁତର

ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନିଧିବଣୀ ଛକରେ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରାକ୍ଟର। ଘଟଣାସ୍ଥଳରେ ଝିଅ ମୃତ , ବାପା ଗୁରୁତର ।

ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ନିଧିବଣୀ ଛକରେ ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରାକ୍ଟର। ଘଟଣାସ୍ଥଳରେ ଝିଅ ମୃତ , ବାପା ଗୁରୁତର ।  ସୂଚନା ଅନୁଯାୟୀ ନିଧିବଣୀ ଗ୍ରାମର ପ୍ରଦୀପ ବାରିକ ବାଇକରେ ତାଙ୍କ 6 ବର୍ଷର ଝିଅ ସୁପ୍ରିୟାଙ୍କୁ ଟିଉସନରୁ ନେଇ ଘରକୁ ଫେରୁଥିବା ବେଳେ ନିଧିବଣୀ ଛକ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରାକ୍ଟର ବାଇକକୁ ଜୋରରେ ଧକ୍କା ଦେଇଥିଲା ।  ଯାହା ଫଳରେ ଉଭୟ ବାପା ଏବଂ ଝିଅ ଗାଡିରୁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ଝିଅର ମୃତ୍ଯୁ ହୋଇଥିବା ବେଳେ ବାପାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଲୋକେ ହସପିଟାଲକୁ ପଠାଇଛନ୍ତି । ଖବର ପାଇ ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଗୁଡିକ ଜବତ କରିବା ସହ ଶବ ବ୍ଯବଛେଦ ପାଇ ପଠାଇ ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.