Below header

ନାବାଳକ ସହିତ ଅପ୍ରାକୃତିକ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ

ଜଣେ ୬ ବର୍ଷର ନାବାଳକ ସହିତ ଅପ୍ରାକୃତିକ ଦୁଷ୍କର୍ମ ମାମଲାରେ କଟକ ସ୍ୱତନ୍ତ୍ର ପୋକସୋ ଆଡ଼ହକ କୋର୍ଟଙ୍କ ଐତିହାସିକ ରାୟ। ଅଭିଯୁକ୍ତ ଚିନ୍ତାମଣି ନାୟକକୁ ଏଭଳି ଘଟଣାରେ ଦୋଷୀ ସାବ୍ୟସ୍ତ କରି ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ ଅନୁଯାୟୀ ୧୦ ବର୍ଷ ଓ ପୋକସୋ ଆଇନର ଧାରା ୬ ଅନୁଯାୟୀ ୨୦ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି।

କଟକ : ଜଣେ ୬ ବର୍ଷର ନାବାଳକ ସହିତ ଅପ୍ରାକୃତିକ ଦୁଷ୍କର୍ମ ମାମଲାରେ କଟକ ସ୍ୱତନ୍ତ୍ର ପୋକସୋ ଆଡ଼ହକ କୋର୍ଟଙ୍କ ଐତିହାସିକ ରାୟ। ଅଭିଯୁକ୍ତ ଚିନ୍ତାମଣି ନାୟକକୁ ଏଭଳି ଘଟଣାରେ ଦୋଷୀ ସାବ୍ୟସ୍ତ କରି ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୭୭ ଅନୁଯାୟୀ ୧୦ ବର୍ଷ ଓ ପୋକସୋ ଆଇନର ଧାରା ୬ ଅନୁଯାୟୀ ୨୦ବର୍ଷ ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୧୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଥିବା ବେଳେ ଜରିମାନା ଅନାଦେୟ ଆଉ ଏକ ବର୍ଷ ଅଧିକ ଜେଲଦଣ୍ଡ ଭୋଗିବେ ବୋଲି ସ୍ପଷ୍ଟ କରିଛନ୍ତି।

୨୦୧୯ ମସିହା ସେପ୍ଟେମ୍ବର ୧୯ ତାରିଖରେ ମଧୂପାଟଣା ଅଞ୍ଚଳରେ ଏକ ହାଇସ୍କୁଲରେ ଗଣେଶ ପୂଜା ଦିନ ଦୋଷୀ ଚିନ୍ତାମଣି ପୀଡିତ ନାବାଳକକୁ ଚକଲେଟର ଲୋଭ ଦେଖାଇ ସ୍କୁଲ ଗାଧୁଆ ଘରେ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା। ପୀଡିତ ଆହତ ଅବସ୍ଥାରେ ଘରକୁ ଯାଇ ତାର ମା କୁ ଜଣାଇବା ପରେ ଏନେଇ ମଧୁପାଟଣା ଥାନାରେ ଲିଖିତ ଏତଲା ଦେଇଥିଲେ ପରିବାର ଲୋକ। ପୋଲିସ ଏନେଇ ପ୍ରମାଣ ପାଇଵାପରେ ଚିନ୍ତାମଣିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ତେବେ ଘଟଣାର ପ୍ରାୟ ୫ବର୍ଷ ପରେ ପୀଡିତକୁ ନ୍ୟାୟ ମିଳିଛି।

୧୩ଜଣ ସାକ୍ଷୀ ଓ ୧୨ଟି ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ପ୍ରମାଣ ଆଧାରରେ କୋର୍ଟ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି.। ଏହି ଶୁଣାଣି ସମୟରେ ଦୋଷୀ ଚିନ୍ତାମଣି କୋର୍ଟରେ ଉପସ୍ଥିତ ଥିଲା। ପୋଲିସ ତୁରନ୍ତ ତାକୁ ହେପାଜତକୁ ନେଇ ଜେଲକୁ ପଠାଇଥିବା ଜଣାପଡିଛି।  ଏହା ସହିତ ପୀଡିତ ନାବାଳକକୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।  ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସରକାରୀ ଓକିଲ ବିଶ୍ୱଜିତ ରାୟ ପରିଚାଳନା କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.