୨.୫ ବର୍ଷର ଝିଅ କହୁଛି ଅନର୍ଗଳ ପ୍ରସିଦ୍ଧ ଲୋକଙ୍କ ନାଁ ଓ ବିଭିନ୍ନ ଭାଷାର ବର୍ଣ୍ଣମାଳା, ସ୍ଥାନ ପାଇଛି ଅନେକ ୱାର୍ଲଡ ରେକର୍ଡରେ

ଅଢେଇ ବର୍ଷର କୁନି ଶିଶୁ ପ୍ରଥମେ ଇଣ୍ଡିଆ ବୁକ ଅଫ ରେକର୍ଡ ପରେ ଅର୍ନ୍ତଜାତୀୟ ଲିମକା ବୁକ ଅଫ ରେକର୍ଡରେ ସୁପର ଟ୍ୟାଲେଣ୍ଟେଡ କିଡ଼ସର ସ୍ଥାନ ପାଇଛନ୍ତି । ବରଗଡ ପଦ୍ମପୁର ଜଳସଂପଦ ବିଭାଗ କର୍ମଚାରୀ ପ୍ରଶାନ୍ତ ପ୍ରଧାନ ଏବଂ କଳ୍ପନା ସାହୁଙ୍କ ଝିଅ ଅର୍ଣ୍ଣିକା ଅଭିସ୍ପିତା ଏବେ ସାରା ପଦ୍ମପୁର ତଥା ବରଗଡ ଅଞ୍ଚଳରେ ଗର୍ବ ଓ ଗୌରବର ପାଲଟିଛନ୍ତି ।

ଅଢେଇ ବର୍ଷର କୁନି ଶିଶୁ ପ୍ରଥମେ ଇଣ୍ଡିଆ ବୁକ ଅଫ ରେକର୍ଡ ପରେ ଅର୍ନ୍ତଜାତୀୟ ଲିମକା ବୁକ ଅଫ ରେକର୍ଡରେ ସୁପର ଟ୍ୟାଲେଣ୍ଟେଡ କିଡ଼ସର ସ୍ଥାନ ପାଇଛନ୍ତି । ବରଗଡ ପଦ୍ମପୁର ଜଳସଂପଦ ବିଭାଗ କର୍ମଚାରୀ ପ୍ରଶାନ୍ତ ପ୍ରଧାନ ଏବଂ କଳ୍ପନା ସାହୁଙ୍କ ଝିଅ ଅର୍ଣ୍ଣିକା ଅଭିସ୍ପିତା ଏବେ ସାରା ପଦ୍ମପୁର ତଥା ବରଗଡ ଅଞ୍ଚଳରେ ଗର୍ବ ଓ ଗୌରବର ପାଲଟିଛନ୍ତି । ଛୋଟ ବେଳୁ ସ୍ମରଣ ଶକ୍ତି ଖୁବ ଭଲ ହେବା ସହ ପାଠ ପଢାରେ ଝିଅଟିର ବହୁତ ଆଗ୍ରହ ରହିଛି ।

ଯେଉଁ ବୟସରେ ପିଲା କଥା ମଧ୍ୟ ଭଲ ଭାବେ କହି ପାରୁ ନାହାନ୍ତି ମାତ୍ର ୨.୫ ବର୍ଷରୁ ସେ ୧୦୦ ଜଣ ପ୍ରସିଦ୍ଧ ଭାରତୀୟ ବ୍ୟକ୍ତିଙ୍କ ନାମ, ଭାରତୀୟ ଜାତୀୟ ସଙ୍କେତ, ଓଡିଆ, ହିନ୍ଦି, ଇଂରାଜୀ ବର୍ଣ୍ଣମାଳା, ଶବ୍ଦ, ପନିପରିବା, ଫୁଲଫଳ, ପଶୁପକ୍ଷୀ, ଯାନ ବାହନ, ଅଭିନୟ ଭିତ୍ତିକ ଶବ୍ଦ, ଶରୀରର ପ୍ରତ୍ୟକ ଅଙ୍ଗ ପ୍ରତ୍ୟଙ୍ଗ, ଖେଳ ଗୁଡିକର ନାମ, ୧୨ ମାସ, ୬ ଋତୁ ଓ ୭ ଦିନର ନାମ, ଇଂରାଜୀ, ଓଡିଆ, ୧ ରୁ ୫୦ ପର୍ଯ୍ୟନ୍ତ ସଂଖ୍ୟା ନିର୍ଭୁଲରେ କହି ପାରୁଛି ।

ଗତ ଫେବୃୟାରୀରେ ପରିବାର ଲୋକେ ଏହି ବିରଳ କୃତିତ୍ୱ ପାଇଁ ଇଣ୍ଟର ନ୍ୟାସନାଲ ବୁକ ଅଫ ରେକର୍ଡରେ ଅବେଦନ ପତ୍ର ଦାଖଲ କରିଥିଲେ ଏବଂ ଏଥିରେ ସଫଳତା ମିଳିବା ପରେ ସମଗ୍ର ପରିବାରରେ ଖୁସିର ଲହରୀ ଖେଳି ଯାଇଛି । ଛୋଟ ବୟସରୁ କୁନି ଶିଶୁ ଅର୍ଣ୍ଣିକାଙ୍କ ପ୍ରତିଭା ଚାରିଆଡେ ମହକି ବାସିଲାଣି । ତାଙ୍କ ଆଗାମୀ ଭବିଷ୍ୟତକୁ କିପରି ସୁଦୃଢ କରିପାରିବେ ପରିବାର ଲୋକେ ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.