Below header

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ କୋର୍ଟ

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ଆଡ଼ହକ ପୋକ୍ସୋ କୋର୍ଟ। ୨୦୨୦  ମସିହା ମୁକୁନ୍ଦପୁର ଗ୍ରାମର ଜଚିନ୍ଦ୍ର ନାୟକ କୋରେଇ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଉଠାଇ ନେଇ ସ୍ଥାନୀୟ ନଦୀ କୂଳରେ ଦୁଷ୍କର୍ମ କରିଥିଲେ ।

ଯାଜପୁର ଟାଉନ :  ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ବର୍ଷର କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁରର ଆଡ଼ହକ ପୋକ୍ସୋ କୋର୍ଟ। ୨୦୨୦  ମସିହା ମୁକୁନ୍ଦପୁର ଗ୍ରାମର ଜଚିନ୍ଦ୍ର ନାୟକ କୋରେଇ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଉଠାଇ ନେଇ ସ୍ଥାନୀୟ ନଦୀ କୂଳରେ ଦୁଷ୍କର୍ମ କରିଥିଲେ ।
ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଆଜି ଉକ୍ତ ମାମଲାର ଶୁଣାଣି କରି ଯାଜପୁର ଆଡ଼ହକ ପୋକ୍ସୋ ଅଦାଲତ ୧୪ଜଣଙ୍କ ସାକ୍ଷକୁ ଗ୍ରହଣ କରି ଅଭିଯୁକ୍ତକୁ  ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ ହଜାର ଜରିମାନା ଶୁଣାଇଛନ୍ତି। ଏଥିସହିତ ପୀଡିତାଙ୍କୁ ୭ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି  ବୋଲି ସରକାରୀ ଓକିଲ ସୈଳେନ୍ଦ୍ର ସାମଲ ସୂଚନା ଦେଇଛନ୍ତି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.