ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ନିଜ ପାର୍ଟନରଙ୍କଠାରୁ ଅଲଗା ହେଲେ; ଏହି କାରଣରୁ ଭାଙ୍ଗିଦେଲେ ୧୦ ବର୍ଷର ସମ୍ପର୍କ

ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ନିଜ ସାଥୀଙ୍କଠାରୁ ଅଲଗା ହୋଇଛନ୍ତି। ମେଲୋନିଙ୍କ ପାର୍ଟନର ତାଙ୍କ ମହିଳା ସହକର୍ମୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହା ପରେ ମେଲୋନି ନିଜ ସାଥୀଙ୍କଠାରୁ ଅଲଗା ହୋଇଥିବା ଘୋଷଣା କରିଛନ୍ତି।

ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ନିଜ ସାଥୀଙ୍କଠାରୁ ଅଲଗା ହୋଇଛନ୍ତି। ମେଲୋନିଙ୍କ ପାର୍ଟନର ତାଙ୍କ ମହିଳା ସହକର୍ମୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହା ପରେ ମେଲୋନି ନିଜ ସାଥୀଙ୍କଠାରୁ ଅଲଗା ହୋଇଥିବା ଘୋଷଣା କରିଛନ୍ତି।

ଇଟାଲି ପ୍ରଧାନମନ୍ତ୍ରୀଙ୍କ ପାର୍ଟନର ଏଣ୍ଡ୍ରେୟା ଜିଆମ୍ବ୍ରୁନୋ ଜଣେ ଟିଭି ସାମ୍ବାଦିକ, ଯାହାଙ୍କର ଦୁଇଟି ଅଫ୍ ଏୟାର ରେକର୍ଡିଂ ଦୁଇ ତଳେ ସାମ୍ନାକୁ ଆସିଥିଲା। ଏହାପରଠାରୁ ସେ ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି। ସାଥୀଙ୍କଠାରୁ ଅଲଗା ହେବା ଖବର ଦେଇ ପ୍ରଧାନମନ୍ତ୍ରୀ ମେଲୋନି ଲେଖିଛନ୍ତି, ‘ଏଣ୍ଡ୍ରେୟା ଜିଆମ୍ବ୍ରୁନୋଙ୍କ ସହିତ ମୋର ସମ୍ପର୍କ, ଯାହା ପାଖାପାଖି ୧୦ ବର୍ଷ ଧରି ଚାଲିଥିଲା, ତାହା ବର୍ତ୍ତମାନ ଶେଷ ହୋଇଛି’।

ଏଣ୍ଡ୍ରେୟା ହେଉଛନ୍ତି ଏକ ନ୍ୟୁଜ୍ ଟକ୍ ଶୋ’ର ଉପସ୍ଥାପକ। ତାଙ୍କର ଦୁଇଟି ଅଫ୍ ଏୟାର ରେକର୍ଡିଂ ଦୁଇ ଦିନ ପୂର୍ବରୁ ସାମ୍ନାକୁ ଆସିଥିଲା। ଏହି ରେକର୍ଡିଂରେ ସେ ଜଣେ ମହିଳା ସହକର୍ମୀଙ୍କୁ ନେଇ ଅଶ୍ଳୀଳ ଏବଂ ଅଭଦ୍ର ଟିପ୍ପଣୀ କରୁଥିବାର ନଜର ଆସିଥିଲେ।

ଇଟାଲି ପିଏମ୍‌ ମେଲୋନିଙ୍କର ଏଣ୍ଡ୍ରେୟାଙ୍କଠାରୁ ଏକ ୭ ବର୍ଷର ଝିଅ ମଧ୍ୟ ଅଛି। ମେଲୋନି ଆହୁରି ଲେଖିଛନ୍ତି, ‘ଆମେ ଏକାଠି ବିତାଇଥିବା ମୁହୂର୍ତ୍ତକୁ ମୁଁ ସମ୍ଭାଳି ରଖିବି। ମୁଁ ଆମ ବନ୍ଧୁତାଙ୍କୁ ଅକ୍ଷୁଣ୍ଣ ରଖିବି। ମୁଁ ପ୍ରତ୍ୟେକ ପରିସ୍ଥିତିରେ ୭ ବର୍ଷର ଝିଅର ରକ୍ଷା କରିବି, ଯିଏ ନିଜ ମା’ ଓ ବାପାଙ୍କୁ ଏଭଳି ଭଲ ପାଉଛି, ମୁଁ ମଧ୍ୟ ନିଜ ମା’ ଓ ବାପାଙ୍କୁ ସେପରି ଭଲ ପାଇ ପାରିବି ନାହିଁ। ମୁଁ ଏହା ବିଷୟରେ ଆଉ କିଛି କହିବାକୁ ଚାହୁଁନି’। କହି ରଖୁଛୁ, ୨୦୨୨ ଅକ୍ଟୋବରରେ ମେଲୋନି କ୍ଷମତାକୁ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.