ଗଙ୍ଗାଧର ମେହେର ହଷ୍ଟେଲରେ ଛାତ୍ର ଆତ୍ମହତ୍ୟା ମାମଲା, ସୁଇସାଇଡ୍ ନୋଟ୍ ଆଧାରରେ ପୋଲିସ ତଦନ୍ତ ଜାରି

ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ର ଆତ୍ମହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ। ପୁଅ ଆତ୍ମହତ୍ୟା କରିପାରିବ ନାହିଁ ବୋଲି କହିଲେ ମୃତ ଘନଶ୍ୟାମଙ୍କ ବାପା।

ସମ୍ବଲପୁର : ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ର ଆତ୍ମହତ୍ୟା ମାମଲାରେ ନୂଆ ଟ୍ବିଷ୍ଟ। ପୁଅ ଆତ୍ମହତ୍ୟା କରିପାରିବ ନାହିଁ ବୋଲି କହିଲେ ମୃତ ଘନଶ୍ୟାମଙ୍କ ବାପା। ପରୀକ୍ଷା ଦେଇସାରି ହଷ୍ଟେଲ ଫେରିବା ପରେ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ବାଣିଜ୍ୟ ବିଭାଗର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ଘନଶ୍ୟାମ କରୁଆଁ।

ପରୀକ୍ଷା ପରେ ଫେରି ନିଜକୁ ରୁମ୍ ଭିତରେ ବନ୍ଦ କରିଦେଇଥିଲେ। ଦୀର୍ଘ ସମୟ ଧରି କବାଟ ନଖୋଲିବାରୁ ପୋଲିସକୁ ଖବର ଦିଆଯାଇଥିିଲା। ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି। ହଷ୍ଟେଲ ରୁମରୁ ମିଳିଥିବା ସୁଇସାଇଡ୍ ନୋଟ୍ ଆଧାରରେ ପୋଲିସ ତଦନ୍ତ ଜାରି ରହିଛି। ସୁଇସାଇଡ୍ ନୋଟ୍ ରେ SORRY MAA, I QUIT ଲେଖାହୋଇଛି। ରୁମ ମେଟମାନଙ୍କୁ ମଧ୍ୟ ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି SDPO।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.