Below header

ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ଅଘଟଣ, ପ୍ରଖର ସୁଅରେ ଭାସି ଜଣେ ନିଖୋଜ

ଉଦଳା: ନଦୀକୁ ମାଛ ମାରିବାକୁ ଯାଇ ଜଣେ ନିଖୋଜ। ବାତ୍ୟା ୟାସ ପ୍ରଭାବରେ ନଦୀରେ ଜଳସ୍ତର ବୃଦ୍ଧି ପାଇବା ପରେ ମାଛ ମାରିବାକୁ ଯାଇ ଅଘଟଣ। କପ୍ତିପଦା ଥାନା ନେଦାମ ପଞ୍ଚାୟତ ପଥରଖଣି ଗାଁର ସୋନ ନଦୀରେ ଭାସିଯାଇଛନ୍ତି ଯୁବକ। ଯୋଗେନ୍ଦ୍ର ଭକ୍ତା ନିଜର ଦୁଇ ପୁଅ ଏବଂ କିଛି ଗ୍ରାମବାସୀ ମାଛ ଧରିବା ପାଇଁ ନଦୀର ଗୋଟିଏ ମୁଣ୍ଡରୁ ଅନ୍ୟ ମୁଣ୍ଡକୁ ପାର ହେଉଥିବା ବେଳେ ଯୋଗେନ୍ଦ୍ର ଭାସି ଯାଇଥିଲେ।

ବାତ୍ୟା ୟାସ ପ୍ରଭାବରେ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ସୁଅରେ ସେ ଭାସି ଯାଇଥିଲେ। ସାଙ୍ଗରେ ଥିବା ଦୁଇ ପୁଅ ଏବଂ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ଉଦ୍ଧାର କରି ପାରିନଥିଲେ। ଅଗ୍ନିଶମ ବିଭାଗ ଆସି ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନଥିଲା। ଯୋଗେନ୍ଦ୍ରଙ୍କର କୌଣସି ପତ୍ତା ମିଳି ପାରିନଥିବାରୁ ପରିବାର ଲୋକେ ଏବେ ଚିନ୍ତାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.