Below header

ଭଣ୍ଡାରିପୋଖରୀ-ଯାଜପୁର ରାସ୍ତାର ମାଳଦା ଠାରେ ୫ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଛିନ୍ନ

ଭଦ୍ରକ: ବାତ୍ୟା ୟସ ପ୍ରଭାବରେ ବୈତରଣୀରେ ଆସିଛି ପ୍ରଥମ ବନ୍ୟାଜଳ । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ, ବର୍ତ୍ତମାନ ଜଳସ୍ତର ୧୮.୯୮ ମିଟର ଉପରେ ପ୍ରବାହିତ ହେଉଛି । ଗତକାଲି ରାତିରୁ ବିପଦ ସଙ୍କେତ ତଳେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟାଜଳ ଧାମନଗର ବ୍ଲକର ଗୌରାଙ୍ଗପୁର ଏସକେପ ଓ ମଲି ମହାରା ଏସକେପ ଏବଂ ଭଣ୍ଡାରିପୋଖରୀ ବ୍ଲକର କଣ୍ଟି ଏସକେପ ଦେଇ ପ୍ରବାହିତ ହୋଇ ତଳିଆ ଅଞ୍ଚଳରେ ପହଞ୍ଚିଛି ।

ଭଣ୍ଡାରିପୋଖରୀ ବ୍ଲକର ୮ଟି ପଞ୍ଚାୟତର ୩୮ଟି ଗାଁରେ ବନ୍ୟାଜଳ ପ୍ରବେଶ କରିଛି । ଭଣ୍ଡାରିପୋଖରୀ-ଯାଜପୁର ପୂର୍ତ୍ତ ବିଭାଗ ରାସ୍ତାର ମାଳଦା ଠାରେ ୫ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ସେହିପରି ଧାମନଗର ବ୍ଲକର ୧୮ଟି ପଞ୍ଚାୟତରେ ୭୨ଟି ଗାଁରେ ପ୍ରବେଶ କରିଛି ବନ୍ୟାଜଳ । ଏହି ଦୁଇ ବ୍ଲକରେ ୨୦ ହଜାର ହେକ୍ଟର ଜମିରେ ବନ୍ୟାଜଳ ମାଡିଛି। ୩ଦିନ ହେଲା ପାଣି ଘେରରେ ରହିଛନ୍ତି ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.