ପମ୍ପ ହାଉସରେ ଫଣା ଟେକି ବସିଥିଲା କୋବ୍ରା, ଉଦ୍ଧାର କରିବା ବେଳେ ବାନ୍ତି କଲା ବଡ଼ ଶିକାର; ଦେଖନ୍ତୁ ପୂରା ଦୃଶ୍ୟ

ପମ୍ପ ହାଉସରୁ ଉଦ୍ଧାର ହେଲା ବିରାଟ କୋବ୍ରା। ଉଦ୍ଧାରକାରୀ ଟିମ୍ ତାକୁ ସୁରକ୍ଷିତ ଭାବେ ବାହାରକୁ ଆଣିବା ପରେ ଏକ ବଡ଼ ଶିକାର ବାନ୍ତି କରିଛି ସାପଟି। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଟୋଙ୍କ ଜିଲ୍ଲା ମୁଖ୍ୟାଳୟର ଧୌଲାଖେଡ଼ା ସ୍ଥିତ ବିସଲପୁର ପେୟଜଲ ପରିଯୋଜନାର ପମ୍ପ ହାଉସରେ। ଏଠାକାର ଜଣେ କର୍ମଚାରୀ ସବୁ ଦିନ ଭଳି ମଟର ଯାଞ୍ଚ କରିବାକୁ ସମ୍ପ ଭିତରେ ପଶିଥିବା ବେଳେ ତା ସାମ୍ନା ଏକ କୋବ୍ରା ସହ ହୋଇଥିଲା।

cobra2
Image Credit: aajtak

ବିରାଟକାୟ କୋବ୍ରାକୁ ସାମ୍ନାରେ ଦେଖି କର୍ମଚାରୀ ଜଣକ ଜୀବନ ବଞ୍ଚାଇ ସେଠାରୁ ବାହାରି ଆସିଥିଲେ ଓ ଇନଚାର୍ଜ ଭୂପେନ୍ଦ୍ର କୁମାରଙ୍କୁ ଏନେଇ ସୂଚନା ଦେଇଥିଲେ। ପରେ ଭୂପେନ୍ଦ୍ର ରେସକ୍ୟୁ ଟିମ୍ ଡାକି ସାପକୁ ସୁରକ୍ଷିତ ଉଦ୍ଧାର କରିଛନ୍ତି।

cobra3
Image Credit: aajtak

ମାତ୍ର ଉଦ୍ଧାର ବେଳେ କୋବ୍ରାର ପେଟ ଫୁଲିଥିବା ଦେଖିବାକୁ ମିଳିଥିଲା। ଲାଗୁଥିଲା ଯେମିତି ସେ କୌଣସି ଶିକାର ଗିଳିଛି। କିଛି ସମୟ ଅପେକ୍ଷା କରିବା ପରେ କୋବ୍ରା ବାନ୍ତି କରିଥିଲା ଓ ତା’ ପେଟରୁ ଏକ ବୟସ୍କ ଗୋଧି ବାହାରିଥିଲା। ଅନୁମାନ କରାଯାଉଛି ଯେ ଏହି ଗୋଧି ଶିକାର କରିବାକୁ କୋବ୍ରା ପମ୍ପ ହାଉସରେ ପଶିଥିଲା। ତେବେ ପରେ ରେସକ୍ୟୁ ଟିମ୍ କୋବ୍ରାକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.