Below header

ଭୁବନେଶ୍ବର: ଲୁଟ ସୁନା ବନ୍ଧକ ରଖିବା ପଡିଲା ମହଙ୍ଗା, ମନପୁରମ ଗୋଲଡ ଲୋନର ମ୍ୟାନେଜର ଗିରଫ

କେନ୍ୟୁଜ୍(ବ୍ୟୁରୋ):  ଲୁଟ ସୁନା ବନ୍ଧକ ରଖି ବନ୍ଧା ହେଲେ । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ମନପୁରମ ଗୋଲଡ ଲୋନର ମ୍ୟାନେଜର ଆଶିଷ କୁମାର ଗୟାଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ । ତାଙ୍କ ସହ ଦୁଇ ଲୁଟେରାଙ୍କୁ ମଧ୍ୟ ଗିରଫ କରାଯାଇଛି । ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ବାଇକ ଜବତ ହୋଇଛି । ଭୁବନେଶ୍ୱର ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଗତ ୨୫ ତାରିଖ ସଂଧ୍ୟା ୭ଟା ୩୦ ମିନିଟରେ ଭାଇଭଉଣୀ ବାଇକରେ ଷ୍ଟେସନ ଯାଉଥିବା ବେଳେ ପିଛା କରିଥିଲେ ଦୁଇ ଲୁଟେରା ।

manapuram gold loan

ଫିଲ୍ମ ଷ୍ଟାଇଲରେ ମହିଳାଙ୍କ ଠାରୁ ଝାମ୍ପି ନେଇଥିଲେ ଭ୍ୟାନିଟି ବ୍ୟାଗ । ଲୁଟ୍‌ର ଶିକାର ହେବା ପରେ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ କ୍ରିଷ୍ଣାବେଣୀ ଆଚାରୀ । ଲୁଟ୍‌ ସୁନାକୁ ଚନ୍ଦ୍ରଶେଖରପୁର ମନପୁରମ ଗୋଲଡ ଲୋନ ସଂସ୍ଥାରେ ବନ୍ଧକ ରଖି ଟଙ୍କା ଋଣ ନେଇଥିଲେ ଲୁଟେରା । ଅଧିକ ତଥ୍ୟ ପାଇଁ ଦୁଇ ଲୁଟେରାଙ୍କ ଟିଆଇ ପରେଡ କରିବ ପୋଲିସ ।

ସେଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଖାରବେଳ ନଗର ଥାନା ପୋଲିସ । ଲୁଟେରା ବିଭୂତି ପ୍ରଧାନ ଓ ଶୁଭ୍ରଜିତ ଦେବତା ନାଁରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା । ମନପୁରମ ମ୍ୟାନେଜର ଆଶିଷ କୁମାର ଗୟାଙ୍କୁ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଆଣିବ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.