Spinal TB ରୋଗ ମାମଲାରେ ସାମିଲ ଅଛନ୍ତି ଅଧିକ ଯୁବଗୋଷ୍ଠୀ, AIIMS ଦେଲା ସୂଚନା

ବ୍ୟସ୍ତବହୁଳ ଜୀବନରେ କାମ ପ୍ରେସରରେ ଶରୀରରେ ଅନେକ ପ୍ରଭାବ ପଡ଼ିଥାଏ। ହାଡ଼ ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୁଏ । ଲାଇଫଷ୍ଟାଇଲରେ ପରିବର୍ତ୍ତନ କାରଣରୁ ଅନେକ ଶାରୀରିକ ସମସ୍ୟା ମଧ୍ୟ ଦେଖାଯାଏ। କରୋନା ସମୟରେ ଅଧିକାଂଶ ଲୋକ ଘରୁ କାମ କଲେ । ଡ଼ିଜିଟାଲ ଯୁଗରେ ସମସ୍ତେ ପ୍ରାୟ ଘରେ ରହି କମ୍ପୁଟରରେ ଅଫିସ କାମ କଲେ । କିନ୍ତୁ ଲଗାତାର ଭାବେ ସିଷ୍ଟମ ସାମ୍ନାରେ ବସି କାମ କରିବା ଫଳରେ ମେରୁଦଣ୍ଡରେ ଏହାର ବେଶ ଖରାପ ପ୍ରଭାବ ପଡ଼ିଛି।

ସ୍ପାଇନାଲ କଡ୍‌ରେ ଯନ୍ତ୍ରଣା ଅନୁଭବ ଏବେ ଅଧିକ ଲୋକଙ୍କ ସମସ୍ୟା ପାଲଟି ଗଲାଣି। ଲୋକଙ୍କ ଶରୀରରେ ରୋଗ ଘର କରିସାରିଲାଣି। ମେରୁଦଣ୍ଡରେ ଯନ୍ତ୍ରଣା ହେବା ଦ୍ୱାରା ଏହାର ପ୍ରଭାବ ବେକ ଓ ପିଠି ଉପରେ ପଡ଼ିଛି। ଯାହାଦ୍ୱାରା ସ୍ପାଇନାଲ ଯନ୍ତ୍ରଣା ମାମଲା ଅ ଧିକ ଦେଖିବାକୁ ମିଳୁଛି। ତେଣୁ ଧ୍ୟାନ ରଖନ୍ତୁ, ଏହି ସମସ୍ୟା ଦେଖାଦେଲେ ବିଲକୁଲ ଖାମ ଖିଆଲ ମନୋଭାବ ରଖନ୍ତୁ ନାହିଁ । ଏହି ସମସ୍ୟା ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ରିସର୍ଚ୍ଚରୁ ଏହା ଜଣା ପଡିଛି ଯେ, ଏହାକୁ ନେଇ ଆବଶ୍ୟକ ଚିକିତ୍ସା ନନେଲେ ଶରୀର ଉପରେ ଖରାପ ପ୍ରଭାବ ପକାଇବ। ମେରୁଦଣ୍ଡରେ ଟିବି ସମସ୍ୟା ଦେଖାଯିବାର ଆଶଙ୍କା ରହିଛି।

spinal cordd
pc: genetic engineering and biotechnology news

ନିକଟରେ ଏମ୍ସ ଡାକ୍ତରଙ୍କ ରିସର୍ଚ୍ଚ ଅନୁଯାୟୀ, ହାଡ଼ରେ ଟିବି ସମସ୍ୟାରେ ପୀଡ଼ିତ ଥିବା ୫୦% ରୋଗୀ ସେଠାରେ ସଂକ୍ରମଣ କାରଣରୁ ହୋଇଛି। ରିପୋର୍ଟରେ ୧୬୫୨ଙ୍କ ମଧ୍ୟରୁ ୭୭୭ ମହିଳା ଥିବା ବେଳେ ୮୭୫ ପୁରୁଷ ସାମିଲ ଅଛନ୍ତି। ଅଧିକ ଯୁବ ଗୋଷ୍ଠି ଏଥିରେ ସାମିଲ ଅଛନ୍ତି। ଏମାନଙ୍କ ମେରୁଦଣ୍ଡ ସଂକ୍ରମଣ ହେବାର ୪ ମାସ ପରେ ଏମାନେ ଯାଞ୍ଚ କରାଇଥିଲେ। ତେଣୁ ଏମାନଙ୍କର ସମସ୍ୟା ବଢ଼ିଯାଇଥିଲା। ପାଖାପାଖି ୯୮% ରୋଗୀ ଏହି ସମସ୍ୟାର ଶିକାର ହୋଇଛନ୍ତି।

ତେଣୁ ଏହି ସମସ୍ୟା ଦେଖାଦେଲେ ଯଥା ସମ୍ଭବ ଯାଞ୍ଚ କରାଇ ନିଅନ୍ତୁ। ଭୋଜନ ପୂର୍ବରୁ ହାତ ଭଲ ଭାବେ ଧୋଇ ଦିଅନ୍ତୁ। ଇମ୍ୟୁନିଟି ଭରପୂର ଖାଦ୍ୟ ଖାଆନ୍ତୁ। ହେଲ୍ଦି ଡାଏଟ ଗ୍ରହଣ କରନ୍ତୁ। କାଶ ଆସିଲେ ମୁହଁ ଘୋଡାଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.