କ୍ଷୀର ନୁହେଁ ମିଲ୍କ ପାଉଡରରେ ବନାନ୍ତୁ ରସମଲାଇ, ଟେଷ୍ଟ ପୂରା ଜବରଦସ୍ତ

ରସମଲାଇ ବନାଇବା ପାଇଁ କ୍ଷୀରକୁ ଗାଢ଼ କରିବା ପାଇଁ ବହୁତ ସମୟ ପର୍ଯ୍ୟନ୍ତ ଫୁଟିବାକୁ ଦିଆଯାଏ। କିନ୍ତୁ ଯଦି ମିଲ୍କ ପାଉଡର ଦ୍ୱାରା ରସମଲାଇ ତିଆରି କରାଯାଏ, ତାହେଲେ ନା କେବଳ ଟାଇମ ବଞ୍ଚିବ ବରଂ ଏହାଦ୍ୱାରା ରସମଲାଇ ମଧ୍ୟ ବହୁତ ସ୍ୱାଦିଷ୍ଟ ହୋଇଥାଏ।

ରସମଲାଇ ପାଇଁ ଆବଶ୍ୟକ ସାମଗ୍ରୀ

୧ କପ୍‌ କ୍ଷୀର ,୨ ଟେବୁଲ ଚାମଚ ଚିନି, ୮-୧୦ଟି କେସର, ୧/୨ କପ୍‌ ମିକ୍ସ ଡ୍ରାଏ ଫ୍ରୁଟ୍ସ, ୧/୪ ଚାମଚ ଅଳେଇଚ ପାଉଡର, ଏକ ଚାମଚ ଘିଅ।

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ମଧ୍ୟମ ଆଞ୍ଚରେ କ୍ଷୀରକୁ ବସାଇ ଫୁଟାନ୍ତୁ। କ୍ଷୀର ଥରେ ଫୁଟି ଆସିବା ପରେ କେସର ଏବଂ ଅଳେଇଚ ପାଉଡର ମିଶାଇ ଦିଅନ୍ତୁ।
  • ଏହାପରେ ଚିନି ପକାଇ କ୍ଷୀରକୁ ଗାଢ଼ା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ।
  • କ୍ଷୀର ଗାଢ଼ ହେଲା ପରେ ଏଥିରେ ଡ୍ରାଏ ଫ୍ରୁଟ୍ସ ପକାଇ ପ୍ରାୟ ୨ ମିନିଟ ପର୍ଯ୍ୟନ୍ତ ଘୋଡାଇ ରଖନ୍ତୁ ଏବଂ ଗ୍ୟାସ ବନ୍ଦ କରିଦିଅନ୍ତୁ।
  • ଏବେ ଆପଣଙ୍କର ରାବଡି ପ୍ରସ୍ତୁତ ହୋଇଯାଇଛି। ମିଡିୟମ୍‌ ଆଞ୍ଚ ଲଗାଇ ପ୍ୟାନରେ ମିଲ୍କ ପାଉଡର, ୧ କପ୍‌ କ୍ଷୀର ଏବଂ ଚିନି ପକାଇ ଫୁଟାନ୍ତୁ।
  • ଯେତେବେଳେ ମିଶ୍ରଣ ଗାଢ଼ ହୋଇଯିବ ସେତେବେଳେ ଘିଅ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ଆଞ୍ଚରେ ରଖନ୍ତୁ।
  • ଦେଖିବେ ଯେତେବେଳେ ମିଶ୍ରଣ ପ୍ୟାନରେ ଲାଗୁନାହିଁ ସେତେବେଳେ ଗ୍ୟାସ୍‌ ବନ୍ଦ କରିଦିଅନ୍ତୁ।
  • ହାତରେ ସାମାନ୍ୟ ତେଲ ଲଗାଇ ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ ଛୋଟ ଛୋଟ ଗୋଲା ବନାଇ ଦିଅନ୍ତୁ।
  • ଏହାପରେ ଏହାକୁ ହାତରେ ଚେପଟା କରି ରସମଲାଇର ଆକାର ଦିଅନ୍ତୁ।
  • ଏହିପରି ଭାବେ ସମସ୍ତ ରସମଲାଇକୁ ବନାଇ ପ୍ଲେଟରେ ସଜାଇ ଦିଅନ୍ତୁ। ଏହାଉପରେ ପ୍ରସ୍ତୁତ କରି ରଖିଥିବା ରାବଡିକୁ ପକାଇ ଦିଅନ୍ତୁ।
  • ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମିଲ୍କ ପାଉଡର ରସମଲାଇ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.