Below header

ନୂଆପଡ଼ାରେ ସରକାରୀ ବସ୍‌ରେ ମାଓପୋଷ୍ଟର ଓ ବ୍ୟାନର ଲଗାଇଲେ ମାଓବାଦୀ

ନୂଆପଡା(କେନ୍ୟୁଜ୍) : ସରକାରୀ ବସ୍‌ରେ ମାଓ ପୋଷ୍ଟର ଓ ବ୍ୟାନର । ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପୋଷ୍ଟର ଲଗାଯାଇଛି। ଭଇଁଷାଦାନୀରୁ ନୂଆପଡା ଅଭିମୁଖେ ଯାଉଥିବା ସରକାରୀ ବସ୍‌ରେ ଏହି ପୋଷ୍ଟର ଦେଖିବାକୁ ମିଳିଛି।

mao posterଆସନ୍ତା ୩୦ ତାରିଖରେ ଫାସିବାଦୀ ସୈନିକ ରଣନୀତି ସମାଧାନ ବିରୋଧରେ ବନ୍ଦ ପାଳନକୁ ସଫଳ କରିବା ପାଇଁ ପୋଷ୍ଟରରେ ଆହ୍ଵାନ କରାଯାଇଛି। ମାଓ ପୋଷ୍ଟର ପରେ ଯାତ୍ରୀମାନେ ଭୟଭୀତ ହୋଇପଡିଛନ୍ତି । ସେପଟେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.