ଛୁଟିରେ ଘରକୁ ଆସିଥିବା ଯବାନଙ୍କ ସନ୍ଦେହଜନକ ମୃତ୍ୟୁ, ବରୁଆଁ-ବାଲିଚନ୍ଦ୍ରପୁର ରାସ୍ତା ଅବରୋଧ

ଯାଜପୁର (କେନ୍ୟୁଜ୍): ଘରକୁ ଛୁଟିରେ ଆସିଥିବା ସିଆରପିଏଫ ଜବାନଙ୍କ ସନ୍ଦେହଜନକ ମୃତ୍ୟୁ । ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ହତ୍ୟାକାରୀଙ୍କୁ ଗିରଫ ଦାବୀରେ ମୃତଦେହ ରଖି ବରୁଆଁ-ବାଲିଚନ୍ଦ୍ରପୂର ରାସ୍ତାକୁ ଅବରୋଧ କରିଥିଲେ ଗ୍ରାମବାସୀ। ପ୍ରସାସନର ପ୍ରତିଶ୍ରୁତି ପରେ ଅବରୋଧରୁ ହଟିଲେ ଗ୍ରାମବାସୀ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନାଳକୁଳ ଗ୍ରାମରେ। ଏହି ଗ୍ରାମର ସିଆରପିଏଫ ଯବାନ ସୌମ୍ୟରଞ୍ଜନ ପରିଡା ଗତ ୩ ମାସ ହେବ ଘରକୁ ଛୁଟିରେ ଆସିଥିଲେ।

jawan deathଗତ ୨୭ ତାରିଖ ସନ୍ଧ୍ୟାରେ ସାଙ୍ଗମାନଙ୍କ ସହିତ ଏକ ବିବାହ ଭୋଜିକୁ ଯାଇଥିଲେ।ହେଲେ ବିଳମ୍ବିତ ରାତିରେ କେହି ତାଙ୍କୁ ମୁର୍ମୂଷୁ ଅବସ୍ଥାରେ ଘର ପାଖରେ ଛାଡି ଚାଲିଯାଇଥିଲେ। ପରେ ପରିବାର ଲୋକେ ତାଙ୍କୁ ପ୍ରଥମେ ଯାଜପୁର ଏବଂ ପରେ କଟକ ମେଡିକାଲକୁ ନେଇଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

strike ଏ ସମ୍ପର୍କରେ ପରିବାର ପକ୍ଷରୁ ଗତ କାଲି ଥାନାରେ ଅଭିଯୋଗ କରାଯାଇଛି। ତେବେ ହତ୍ୟାକାରୀକୁ ଗିରଫ ଦାବିରେ ଆଜି ଗ୍ରାମବାସୀମାନେ ନାକକୂଳ ଠାରେ ମ୍ରୁତଦେହକୁ ରଖି ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ପଚରାଉଚୁରା କରୁଛି। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.