Below header

ରାୟଗଡ଼ାରେ ଉପସ୍ଥିତି ଜାହିର କଲେ ମାଓବାଦୀ, ୪ଟି ସ୍ଥାନରେ ମାଓ ପୋଷ୍ଟର

ରାୟଗଡ଼ା (କେନ୍ୟୁଜ୍) : ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ। ଅମ୍ବାଦଳା ଥାନା ବିଜାବଣ୍ଡେଲି ଗାଁର ୪ଟି ସ୍ଥାନରେ ଲଗାଇଛନ୍ତି ପୋଷ୍ଟର। କଶ୍ମୀରବାସୀଙ୍କ ସ୍ୱାଧୀନତା ଲଢେଇରେ ସାମିଲ ହେବାକୁ ଆହ୍ଵାନ ଦିଆଯାଇଛି। ଏହା ସହ ସେମାନଙ୍କ ଉପରେ ହେଉଥିବା ଜୁଲମ ବନ୍ଦ କରିବାକୁ ମଧ୍ୟ ଧମକ ଦିଆଯାଇଛି। ଧାରା ୩୭୦କୁ ବିରୋଧ କରି ଏହି ପୋଷ୍ଟର ଲଗାଯାଇଛି। ସେହିପରି ଗତ ୭ତାରିଖରେ ମାଓନେତ୍ରୀ ପ୍ରତିଭା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ଏହାକୁ ନାଟକ ବୋଲି ପୋଷ୍ଟରରେ ଉଲ୍ଲେଖ ରହିଛି। ବାଶଧାରା-ଘୁମୁସର-ନାଗାବଳୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବା ବେଳେ ଏହାକୁ ନେଇ ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.