Below header

ପୁଣି ମାତିଲେ ଲାଲବାହିନୀ, ପଞ୍ଚାୟତ ଘରକୁ ଉଡାଇଦେଲେ ମାଓବାଦୀ

ମାଲକାନଗିରି (କେନ୍ୟୁଜ୍) : ପୁଣି ମାତିଲେ ଲାଲବାହିନୀ। । ପଞ୍ଚାୟତ ଘରକୁ ଉଡାଇଦେଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଟେମୁରୁପାଲି ପଞ୍ଚାୟତ ଘରକୁ ଉଡାଇଦେଇଛନ୍ତି। ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ୨୦୦ରୁ ଉର୍ଦ୍ଧ୍ୱ ମାଓବାଦୀମାନେ ଆସି ଏହି ତାଣ୍ଡବ ଖେଳାଇଛନ୍ତି। ବିସ୍ପୋରଣରେ ସଂପୂର୍ଣ୍ଣ ଅଫିସ ଖଣ୍ଡବିଖଣ୍ଡିତ ହୋଇଯାଇଛି। କାଙ୍ଗେର କମିଟି ମାଓ ସଙ୍ଗଠନ ଉଡାଇଥିବା ସୂଚନା ମିଳିଛି। ଘଟଣା ପରେ ଗାଁରେ ଶହ ଶହ ମାଓ ପୋଷ୍ଟର ଲାଗିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ରହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.