Below header

ଆଜି ଓଜେଇ ପରୀକ୍ଷା, ରାଜ୍ୟର ୫୩ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୩୦ହଜାର ପରୀକ୍ଷାର୍ଥୀ

ଆଜି ଓଜେଇଇ ପରୀକ୍ଷା। ରାଜ୍ୟର ୫୩ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ମୋଟ ୩୦ହଜାର ପରୀକ୍ଷାର୍ଥୀ। ଦୁଇଟି ସିଟିଂରେ ପରୀକ୍ଷା ହେଉଛି। ପ୍ରଥମ ସିଂଟିଂ ସକାଳ ୯ଟାରୁ ୧୨ଟା ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟାରୁ ୪ଟା ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବ। ବି.ଫାର୍ମା, ଇଣ୍ଟିଗ୍ରେଟେଡ୍ ଏମ୍ବିଏ, ଲାଟେରାଲ ବିଏସସି, ଲାଟେରାଲ୍ ଫାର୍ମାସି ଓ ବିଟେକ୍ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଉଛନ୍ତି।

ଆଜି ପରୀକ୍ଷା ଅଫ୍ଲାଇନରେ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜୁନ୍ ପ୍ରଥମ ସପ୍ତାହରେ ରେଜଲ୍ଟ ପ୍ରକାଶ ପାଇବ। ମେ ୧୨ରେ ଅଫଲାଇନ୍ ଓ ୧୩ରେ ଅନଲାଇନ୍ ହେବାକୁ ଥିବା ପରୀକ୍ଷାକୁ ବାତ୍ୟା ଫନି ପାଇଁ ଘୁଞ୍ଚାଇ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.