Below header

କେନ୍ଦୁଝର ହଦଗଡ଼ ରେଞ୍ଜ ଅଞ୍ଚଳରେ ହାତୀ ଆକ୍ରମଣ, ଜଣେ ମହିଳା ଓ ଜଣେ ପୁରୁଷ ମୃତ

କେନ୍ଦୁଝର (କେନ୍ୟୁଜ୍) : ୨୪ଘଣ୍ଟା ମଧ୍ୟରେ କେନ୍ଦୁଝର ହଦଗଡ଼ ରେଞ୍ଜ ଅଞ୍ଚଳରେ ୨ଜଣଙ୍କୁ ଦଳି ଦେଲା ହାତୀ। ଶୁକ୍ରବାର ବିଳମ୍ବିତ ରାତି ଓ ଶନିବାର ପ୍ରତ୍ୟୁଷରେ ହାତୀ ଆକ୍ରମଣରେ ଜଣେ ମହିଳା ଓ ଜଣେ ପୁରୁଷ ପ୍ରାଣ ହରାଇଛନ୍ତି। ମୃତ ମହିଳାଜଣକ କାନପୁର ଗାଁର ସଞ୍ଜୁଲତା ରାଉତ ଓ ପୁରୁଷ ଜଣକ ନୂଆଗରୁଡ଼ି ଗାଁର ଜଗନ୍ନାଥ ମଲ୍ଲିକ। ଖବର ପାଇ ବନବିଭାଗ ଓ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ରେଞ୍ଜ ଅଫିସ ଘେରାଉ କରିବା ସହ ରାସ୍ତା ଅବରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.