ରଙ୍ଗ୍ ନମ୍ବରରେ ପ୍ରେମ କରିବା ପଡ଼ିଲା ମହଙ୍ଗା, ପ୍ରେମିକାକୁ ବ୍ଲେଡରେ ଆକ୍ରମଣ କରି ଫେରାର ହେଲେ ପ୍ରେମିକ

ବାଲେଶ୍ୱର (କେନ୍ୟୁଜ୍) : ରଙ୍ଗ୍ ନମ୍ବରରେ ପ୍ରେମ କରିବା ପଡ଼ିଲା ମହଙ୍ଗା। ପୁରୁଣା ପ୍ରେମିକ ସହ ସଂପର୍କକୁ ବିରୋଧ କରି ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଅଞ୍ଚଳରେ। ଜଣେ ନାବାଳିକା ରଙ୍ଗ୍ ନମ୍ବରରେ କଥା ହୋଇ ଅଚିହ୍ନା ଯୁବକଙ୍କୁ ବିଶ୍ୱାସ କରି ଭଲ ପାଇବସିଥିଲେ। ପରେ ତାଙ୍କୁ ବିବାହ କରିବାକୁ ଘରୁ ପଳାଇଯାଇଥିଲେ ନାବାଳିକା। ତେବେ ପୁରୁଣା ପ୍ରେମିକ ସହ ସଂପର୍କକୁ ସହି ପାରିନଥିଲା ନୂଆ ପ୍ରେମିକ। ଏହାକୁ ବିରୋଧ କରି ପ୍ରେମିକା ଉପରେ ନୃଶଂସ ଆକ୍ରମଣ କରିଛି। ପ୍ରେମିକାକୁ ବ୍ଲେଡରେ ଆକ୍ରମଣ କରି ମଧୁପୁରା ଗ୍ରାମପଞ୍ଚାୟତର ହାସିମପୁର ଠାରେ ନିଛାଟିଆ ରାସ୍ତାରେ ଫିଙ୍ଗି ଦେଇ ଫେରାର ହୋଇଯାଇଛି। କିଛି ସ୍ଥାନୀୟ ଯୁବକ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ନାବାଳିକାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋବାଇଲ ଯାଞ୍ଚ କରି ଆକ୍ରମଣକାରୀ ଯୁବକକୁ ଗିରଫ କରିବାକୁ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.