ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ପଞ୍ଚଦଶ ବିଧାନସଭା ଭଙ୍ଗ କରିବା ସମ୍ପର୍କରେ ରାଜ୍ୟପାଳଙ୍କୁ ସୁପାରିଶ କରାଯିବାର ପ୍ରସ୍ତାବ ରହିଛି। ଏହାସହ ବୈଠକରେ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ବିପନ୍ନଙ୍କ ସହାୟତା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଉପରେ ମଧ୍ୟ ଆଲୋଚନା ହେବ। ଆସନ୍ତା ୨୩ତାରିଖରେ ଭୋଟଗଣତି ଥିବାରୁ ଫଳାଫଳ ଘୋଷଣା ପରେ ନୂତନ ସରକାର ଶପଥଗ୍ରହଣ ଉତ୍ସବ ପାଇଁ ବିଦ୍ଧିବଦ୍ଧ ପଦକ୍ଷେପ ଗ୍ରହଣ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.