Below header

କାଲି ରାଜ୍ୟର ବିଭିନ୍ନ ଜିଲ୍ଲାର ୩୪ଟି ବୁଥରେ ହେବ ସାନି ଭୋଟ୍

ଭୁବନେଶ୍ବର (କେନ୍ୟୁଜ୍) : କାଲି ରାଜ୍ୟର ବିଭିନ୍ନ ଜିଲ୍ଲାର ୩୪ଟି ବୁଥରେ ହେବ ସାନି ମତଦାନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । ବୁଥରେ ପହଞ୍ଚିଲେଣି ପୋଲିଂ ଅଧିକାରୀ । ତୃତୀୟ ପର‌୍ୟ୍ୟାୟର ୧୨ଟି ଏବଂ ଚତୁର୍ଥ ପର‌୍ୟ୍ୟାୟର ୨୨ଟି ବୁଥରେ ହେବ ପୁନଃ ଭୋଟିଂ । ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୬ଟା ଯାଏ ଚାଲିବ ମତଦାନ ପ୍ରକ୍ରିୟା ।

evm ରାଜ୍ୟରେ ତୃତୀୟ ଓ ଚତୁର୍ଥ ପର‌୍ୟ୍ୟାୟ ନିର୍ବାଚନ ବେଳେ ୧୧ ଲୋକସଭା କ୍ଷେତ୍ର ଓ ୧୯ ବିଧାନସଭା ଆସନ ଅନ୍ତର୍ଗତ ଏସବୁ ବୁଥରେ ମତଦାନ ବେଳେ ଅନିୟମିତତା ଅଭିଯୋଗ ଆସିଥିଲା । ଏହାପରେ ସଂପୃକ୍ତ ବୁଥରେ ପୁନଃ ମତଦାନ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

JAJPUR POLL-2

ସେହିପରି ଯାଜପୁର ଭଳି କିଛି ଜିଲ୍ଲାରେ ସାନି ମତଦାନ କରାଯିବ । ଏଥିଲାଗି ସମସ୍ତ ବ୍ୟବସ୍ଥା ଶେଷ ହୋଇଛି । ଯାହଜୁର ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୯ଟି ବୁଥରେ ସାନି ମତଦାନ ଅନୁଷ୍ଠିତ ହେବ । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ଯାଜପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.