ବିଶ୍ୱଶାନ୍ତି ମହାଯଜ୍ଞ, ରଘୁନାଥଜୀଉ ମନ୍ଦିର ପ୍ରତିଷ୍ଠାର ଦ୍ୱାଦଶ ବାର୍ଷିକ ଓ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଉଦଯାପିତ

ଜଗତସିଂହପୁର (କେନ୍ୟୁଜ୍) : ଆଦର୍ଶ ଗ୍ରାମ ଜଗତସିଂହପୁର ଜିଲ୍ଲା କଲରାବାଙ୍କରେ ଚାରିଦିନ ଧରି ଚାଲିଥିବା ବିଶ୍ୱଶାନ୍ତି ମହାଯଜ୍ଞ, ରଘୁନାଥଜୀଉଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ୱାଦଶ ବାର୍ଷିକ ଉତ୍ସବ ଓ ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଛି । ପୂର୍ଣ୍ଣାହୂତି ଅବସରରେ ଶତାଧିକ ଲୋକ ଯୋଗଦେଇ ପ୍ରଭୁ କୃପା ଲାଭ କରିଥିଲେ । ଏହି ଅବସରରେ ଏକ ସାଧୁସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ଶିବ ଚିଦାନନ୍ଦ ସରସ୍ୱତୀ, ଜଗନ୍ନାଥ ସରସ୍ୱତୀ ମହାରାଜ, ରାମ ନାରାୟଣ ଦାସ ମହାରାଜ, ପଣ୍ଡିତ ବିଜୟ କୁମାର କର ଶର୍ମା ଯୋଗ ଦେଇ ପ୍ରବଚନ ଦେଇଥିଲେ । ଏହି ଅବସରରେ କିଟ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ଗ୍ରାମ କମିଟି ସଭାପତି ଅଞ୍ଜନ ସାମନ୍ତ, ସଂପାଦକ ଅଭିନ ଚନ୍ଦ୍ର କେଶ, ନୀଳିମା ରାଣୀ ଚାରିଟେବୁଲ ଟ୍ରଷ୍ଟ ସଭାପତି ଅନ୍ତର୍ଯ୍ୟାମୀ ସାମନ୍ତ ଓ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.