ରାଜ୍ୟରେ ଅଗ୍ନିବର୍ଷା, ତତଲା କଡ଼େଇରେ ସିଝୁଛି ଓଡ଼ିଶା

ଭୁବନେଶ୍ବର (କେନ୍ଯୁଜ୍) : ରାଜ୍ୟରେ ଅଗ୍ନିବର୍ଷା। ତତଲା କଡ଼େଇରେ ସିଝୁଛି ଓଡ଼ିଶା। ଗତକାଳି ସବୁଠି ଉତ୍ତପ୍ତ ସହର ପାଲଟିଛି ଟିଟିଲାଗଡ଼। ଏଠାରେ ତାପମାତ୍ରା ୪୫.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ସେହିପରି ୪୦ ଡିଗ୍ରୀ ଉପରେ ରାଜ୍ୟର ୧୦ ସହରର ତାତି। ବଲାଙ୍ଗୀର- ୪୪.୬ ଡିଗ୍ରୀ, ସୋନପୁର- ୪୪ ଡିଗ୍ରୀ, ସମ୍ବଲପୁର-୪୩.୩ ଡିଗ୍ରୀ, ଝାରସୁଗୁଡ଼ା-୪୩.୨ ଡିଗ୍ରୀ, ହୀରାକୁଦ-୪୨.୪ ଡିଗ୍ରୀ, ଅନୁଗୁଳ-୪୧.୭ ଡିଗ୍ରୀ, ସୁନ୍ଦରଗଡ଼-୪୧.୫ ଡିଗ୍ରୀ, ତାଳଚେର ଓ ମାଲକାନଗିରିର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି।

summerପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୩-୪ଦିନ ଯାଏଁ ତାପମାତ୍ରା ବୃଦ୍ଧି ପାଇବ। ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ସେଲସିୟସ ତାପମାତ୍ରା ଅଧିକ ରହିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିବ । ସେହିପରି ଉପକୂଳ ଓଡ଼ିଶାରେ ମଧ୍ୟ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ କହିଛନ୍ତି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ମାଲକାନଗିିରି, କୋରାପୁଟ, ମୟୂରଭଞ୍ଜ, ଗଞ୍ଜାମ, ଗଜପତି ଓ ବାଲେଶ୍ୱର ଜିଲ୍ଲାରେ କାଳବୈଶାଖିର ଆଶଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.