ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧ କୋଟି ୩୦ ଲକ୍ଷ ଟଙ୍କାର ଗଛ ଲଗାଯିବ, ୬୪ କୋଟି ଟଙ୍କା ବ୍ୟୟ ବଜେଟ

ଭୁବନେଶ୍ବର (କେନ୍ୟୁଜ୍) : ଫନି ବାତ୍ୟାରେ ନଷ୍ଟ ହୋଇଛି ଲକ୍ଷ ଲକ୍ଷ ଗଛ । ଶହ ଶହ ବର୍ଷର ପୂରୁଣା ଗଛ ଧରାଶାୟୀ ହୋଇଛି । ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, କଟକ ସମେତ ୧୪ ଜିଲ୍ଲାରେ ମାଟିରେ ବହୁ ଗଛ ଭାଙ୍ଗଛି । ପୁଣି ସବୁଜିମା କରିବାକୁ ପୁରୀ, ଭୁବନେଶ୍ୱର, ଖୋର୍ଦ୍ଧାରେ ୧ କୋଟି ୩୦ ଲକ୍ଷ ଟଙ୍କାର ଗଛ ଲଗାଯିବ । ଏଥିସହ ୩୦ ହଜାର ଗଛ ସଜଡାଯିବ । ଏଥିପାଇଁ ୬୪ କୋଟି ଟଙ୍କା ବ୍ୟୟ ବଜେଟ କରାଯିବ । ବାଲୁଖଣ୍ଡ, ପୁରୀରେ ପବନକୁ ରୋକିବାକୁ ବୃକ୍ଷରୋପଣ କରାଯିବ । ସଚିବାଳୟରେ ଏନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଙ୍ଗଲ ବିଭାଗ ସଚିବଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.