Below header

ଦାନ୍ତେୱାଡ଼ାରେ ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା

ମାଲକାନଗିରି (କେନ୍ୟୁଜ୍) : ଦାନ୍ତେୱାଡ଼ାରେ ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ଡାକିନେଇ ହତ୍ୟା କରିଛନ୍ତି। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତାନା ଅଞ୍ଚଳରେ ଘଟିଛି ଏହି ବର୍ବରକାଣ୍ଡ। ଗତକାଲି ରାତିରେ ବସ୍ତାନା ଅଞ୍ଚଳର ଛତରରାମ ସୋଡି ମେଳା ଦେଖିବାକୁ ଯାଉଥିବା ବେଳେ ୧୦ରୁ ୧୫ ମାଓବାଦୀ ତାଙ୍କୁ ଡାକି ନେଇଥିଲେ। ପରେ ତାଙ୍କୁ କୁରାଢୀରେ ହାଣି ହତ୍ୟା କରି ଫେରାର ହୋଇଯାଇଛନ୍ତି। ପୋଲିସ ଖବର ପାଇ ଛତରରାମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମାଓବାଦୀ ନିଜ ଉପସ୍ଥିତି ଜାହିର କରିବା ପରେ ସ୍ଥାନୀୟ ଅଞ୍ଚଳରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.