Below header

ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା

ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ମାଓବାଦୀଙ୍କ ବନ୍ଦ ଡାକରା । ଗତ ୬ ତାରିଖ ପୋଲିସ ଏନ୍କାଉଣ୍ଟରରେ ୧୫ଜଣ ମାଓବାଦୀଙ୍କ ପ୍ରତିବାଦରେ ବନ୍ଦ ଡାକରା ଦେଇଛି ଦକ୍ଷିଣ ବସ୍ତର ମାଓ ସଙ୍ଗଠନ । ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର ଓ ବ୍ୟାନର ଲାଗିଛି। ବନ୍ଦ ଯୋଗୁ ସୁକମାରୁ ମାଲକାନଗିରି ମଧ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି । ଛତିଶଡ଼ ସୁକମାରୁ ଜଗଦଲପୁର, ସୁକ୍ମାରୁ ଦାନ୍ତେୱାଡା ଓ କଣ୍ଟାରୁ ସୁକ୍ମାକୁ ଗାଡି ଚଳାଚଳ କରୁନାହିଁ ।

maoରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି । ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଗତ ୫ ଦିନ ମଧ୍ୟରେ ଲାଲବାହିନୀ ଦାନ୍ତେୱାଡା ଓ ସୁକ୍ମା ଜିଲ୍ଲାରେ ୧୧ଟି ଗାଡ଼ି ଜାଳି ଦେଇଛନ୍ତି । ମାଓବାଦୀଙ୍କ ବନ୍ଦ ଡାକରାକୁ ଦେଖି STF ଏବଂ CRPF ପକ୍ଷରୁ ସର୍ଚ୍ଚ ପରେସନକୁ ଜୋରଦାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.