ଶ୍ରାବଣ ସୋମବାରରେ ଅଘଟଣ : ଟ୍ରେନରେ କଟିଗଲେ ୪ କାଉଡ଼ିଆ

ରାଉରକେଲା : ଶ୍ରାବଣ ସୋମବାରରେ ଅଘଟଣ। ମହାଦେବଙ୍କୁ କରିପାରିଲେନି ଜଳଲାଗି । ଟ୍ରେନରେ କଟିଗଲେ ୪ ଜଣ କାଉଡ଼ିଆ। ରାଉରକେଲା ପାନପୋଷ ନିକଟରେ ରେଳ ଧାରଣାରେ କଟି ୪ଜଣ କାଉଡ଼ିଆ ପ୍ରାଣ ହରାଇଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର। ମହାଦେବଙ୍କୁ ଜଲଲାଗି ପାଇଁ ୭ଜଣ ଭିଲାଇରୁ ବେଦବ୍ୟାସ ଆସୁଥିଲେ । ରାଜଗାଙ୍ଗପୁର ନିକଟ ଘୋଗର ଶୈବପୀଠରେ ଜଳାଭିଷେକ କରିଥାନ୍ତେ। ବ୍ରାହ୍ମଣୀ ବ୍ରିଜ୍ ପାର ହେବା ସମୟରେ ରାତି ପ୍ରାୟ ୧୧ଟାବେଳେ ସାମ୍ନାପଟୁ ଆସି ଏକ ଏକ୍ସପ୍ରେସ ଟ୍ରେନ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ୧୫ବର୍ଷର ବାଳକ ରହିଛି। ଟ୍ରେନ୍ ଧକ୍କାରେ ୨ଜଣଙ୍କ ମୃତଦେହ ଛିଟକି ନିକଟସ୍ଥ ନଦୀରେ ପଡିଥିଲା। ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରୁ ମୃତଦେହ ଉଦ୍ଧାର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.