Below header

ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ

କୋଲକାତା : ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ । କୋଲକତାର ଏକ ଘରୋଇ ହସପିଟାଲରେ ଆଜି ସକାଳେ ତାଙ୍କର ପରଲୋକ ହୋଇଛି । ସୋମନାଥ ଚାଟାର୍ଜୀଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ହୃଦ୍ରୋଗ ଓ କିଡନୀ ସମସ୍ୟା ପାଇଁ ତାଙ୍କର ଚିକିତ୍ସା ଚାଲିଥିଲା । ଗତ ୮ ତାରିଖରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାକୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ସେ ୧୦ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୪ରୁ ୨୦୦୯ ମସିହା ପର୍ୟ୍ୟନ୍ତ ଚତୁର୍ଦ୍ଦଶ ଲୋକସଭାର ବାଚସ୍ପତି ଥିଲେ ସୋମନାଥ । ୧୯୭୧ରୁ ୨୦୦୯ ପର୍ୟ୍ୟନ୍ତ ସେ ପଶ୍ଚିମବଙ୍ଗର ବର୍ଦ୍ଧମାନ, ଯାଦବପୁର ଓ ବୋଲପୁର ଆସନରୁ ସେ ଲୋକସଭାକୁ ନିର୍ବାଚତ ହୋଇଥିଲେ । ନିର୍ବାଚନରେ ମାତ୍ର ଥରଟିଏ ସୋମନାଥ ଚାଟାର୍ଜୀଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା। ୧୯୮୪ରେ ମମତା ବାନାର୍ଜୀଙ୍କଠାରୁ ସେ ପରାସ୍ତ ହୋଇଥିଲେ । ବରିଷ୍ଠ ସିପିଏମ୍ ନେତାଥିଲେ ସୋମନାଥ ଚାଟାର୍ଜୀ। ତେବେ ୨୦୦୮ରେ ତାଙ୍କୁ ସିପିଏମରୁ ବହିଷ୍କାର କରାଯାଇଥିଲା। ୟୁପିଏ ସରକାରରୁ ସିପିଏମ୍ ଏବଂ ଅନ୍ୟ ବାମଦଳ ସମର୍ଥନ ପ୍ରତ୍ୟାହାର କରିବାବେଳେ ତାଙ୍କୁ ଲୋକସଭା ବାଚସ୍ପତି ପଦରୁ ଇସ୍ତଫା ଦେବା ପାଇଁ ଦଳ ପକ୍ଷରୁ କୁହାଯାଇଥିଲା। କିନ୍ତୁ ସୋମନାଥ ଇସ୍ତଫା ନଦେବାରୁ ତାଙ୍କୁ ସିପିଏମ୍ରୁ ବହିଷ୍କାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.