Below header

କେରଳରେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଗମ୍ଭୀର

କେରଳ : ପୁଣି ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି । ପ୍ରଭାବିତ ହୋଇଛି ଉଦ୍ଧାର ଏବଂ ରିଲିଫ କାର୍ୟ୍ୟ । କେରଳରେ ବନ୍ୟାରେ ଏଯାଏଁ ୩୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି । ପ୍ରାଥମିକ ଆକଳନ ଅନୁଯାୟୀ, ୮ହଜାର ୩ଶହ କୋଟି ଟଙ୍କାର ସଂପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି । ୨୦ ହଜାର ଘର ଭାଙ୍ଗିଛି, ୧୦ହଜାର କିଲୋମିଟର ରାସ୍ତା କ୍ଷୟକ୍ଷତି ହୋଇଛି ।

chief minister କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଗତକାଲି ଆକାଶମାର୍ଗରୁ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ଏଥିସହ ବନ୍ୟା ସ୍ଥିତି ସଂପର୍କରେ କେରଳ ମୁଖ୍ୟମନ୍ତ୍ରୀ ପିନାରୟୀ ବିଜୟନଙ୍କ ସହ ସେ ଆଲୋଚନା କରିଥିଲେ । ଏହାପରେ ରାଜନାଥ ୧୦୦କୋଟି ଟଙ୍କାର ରିଲିଫ ପ୍ୟାକେଜ୍ ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୬୦ ହଜାରରୁ ଅଧିକ ଲୋକ ରିଲିଫ୍ କ୍ୟାମ୍ପରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.