Below header

ସାଲେପୁର: ଦମ୍ପତିଙ୍କୁ କାମ ଯୋଗାଇ ଦେବାକୁ କହି ଖୋଲାଗଲା ବ୍ୟାଙ୍କ ଆକାଉଣ୍ଟ, କୋଟି କୋଟି ଟଙ୍କାର କଳାଧନ କାରବାର କରି ଦଲାଲ ଛୁ

କଟକ : କଟକ ଜିଲ୍ଲା ସାଲେପୁର ବୋଦାମୁଣ୍ଡେଇ ଗାଁର ଦମ୍ପତି ଠକେଇର ଶିକାର । କାମ ଯୋଗାଇ ଦେବେ କହି ବ୍ୟାଙ୍କ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କାର କଳାଧନ କାରବାରରେ ଠକମାନେ ସେମାନଙ୍କୁ ଫସାଇ ଦେଇଛନ୍ତି । ଆକାଉଣ୍ଟରେ କୋଟି କୋଟି ଟଙ୍କା କାରବାର ହୋଇଥିବା ବେଳେ ଆୟକର ପୈଠ କରିନଥିବାରୁ ବୋଦାମୁଣ୍ଡେଇ ଗାଁର ସସ୍ମିତା ସେଠୀ ଓ ଦେବେନ୍ଦ୍ର ରାଉତଙ୍କୁ ଆୟକର ବିଭାଗରୁ ଆସିଛି ନୋଟିସ୍‌ । ଦେବେନ୍ଦ୍ର ରଙ୍ଗ କାମ କରୁଥିବା ବେଳେ ସସ୍ମିତା ଅନ୍ୟ ଘରେ କାମ କରି ପେଟ ପୋଷନ୍ତି । ୩ ବର୍ଷ ତଳେ କଟକ ପୁରୀଘାଟ ଅଞ୍ଚଳର ବୀର କିଶୋର ଦାସ ଓ ପବନ ଜୋର୍ଜାନିଆ ସେମାନଙ୍କୁ ଚାକିରି କରାଇ ଦେବାକୁ କହି ବିଭିନ୍ନ କାଗଜ ପତ୍ରରେ ଦସ୍ତଖତ ନେଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ । ଦେବେନ୍ଦ୍ରଙ୍କ ନାଁରେ ଏଚଡିଏଫ୍‌ସି ବ୍ୟାଙ୍କରେ ସଲାସାର ଭଣ୍ଡାର ନାଁରେ ଆକାଉଣ୍ଟ ଓ ସସ୍ମିତାଙ୍କ ନାଁରେ ସେଣ୍ଟ୍ରାଲ ବ୍ୟାଙ୍କରେ ଶୁଭଲକ୍ଷ୍ମୀ ଏଣ୍ଟରପ୍ରାଇଜେସ୍‌ ନାଁରେ ଖାତା ଖୋଲିଥିଲେ । ସେମାନଙ୍କ ଅଜାଣତରେ କୋଟି କୋଟି ଟଙ୍କା କାରବାର ନେଇ ଆୟକର ବିଭାଗରୁ ନୋଟିସ୍‌ ଆସିବା ପରେ ଏବେ ଦମ୍ପତି କଟକ ଡିସିପି ଅଫିସରେ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.