ଅଭିନେତା ରାହୁଲ ବୋଷ୍‌ଙ୍କ ବଡ ଘୋଷଣା, ନିଜ ଶରୀର ପ୍ରତ୍ୟେକ ଅଙ୍ଗ କରିବେ ଦାନ

ଅଭିନେତା, ନିର୍ଦ୍ଦେଶକ ଏବଂ ସ୍ପୋଟର୍ସମ୍ୟାନ ରାହୁଲ ବୋଷ୍‌ ନିଜ ଶରୀରର ଗୋଟିଏ-ଗୋଟିଏ ଅଂଶ ଦାନ କରିବା ପାଇଁ ଘୋଷଣା କରିଛନ୍ତି। ଆଇଏଏନଏସ ସହ କଥା ହେବା ସମୟରେ ବୋସ୍‌ ଘୋଷଣା କରି କହିଥିଲେ ସେ ତାଙ୍କ ଶରୀରର ଅଂଶ ଦାନ କରି ଖୁବ୍‌ ଖୁସି ହେବେ। ବୋସ୍‌ ନିଜ ଶରୀରର ହାଡ, ମାଂସପେଶୀ ଏବଂ ଆଖି ସହ ଶରୀରର ପ୍ରତ୍ୟେକ ଅଙ୍ଗ ଦାନ କରିବାକୁ ଯାଉଛନ୍ତି। ୫୨ ବର୍ଷ ବୟସର ଅଭିନେତା ସିଆଇଆଇ ଇଣ୍ଡିଆନ ଓ୍ଵମେନ ନେଟଓ୍ଵାର୍କ ଏବଂ ୟଙ୍ଗ ଇଣ୍ଡିଆନ୍ସ ଦିଲ୍ଲୀ ଚାପ୍ଟର ଦ୍ୱାରା ସଂଚାଳିତ ଏକ ଆଲୋଚନାରେ ପୈନାଲିଷ୍ଟ ସ୍ତରରେ ଉପଲବ୍ଧ ହେବ। ଏହି ଆୟୋଜନ ୨୪ ସେପ୍ଟେମ୍ବର ଦିନ ନୂଆ ଦିଲ୍ଳୀରେ ଆୟୋଜନ କରାଯିବ। ବୋଷ୍‌ଙ୍କ କହିବା ଅନୁଯାୟୀ ସେ ଏହି ତାରିଖ ଦିନ ଅଧିକାରୀକ ସ୍ତରରେ ନିଜର ଅଙ୍ଗଦାନ କରିବା ପାଇଁ ସାଇନ୍‌ କରିବେ। ଅଙ୍ଗଦାନ କରିବା ତାଙ୍କ ପାଇଁ ଖୁବ୍‌ ସହଜ ବୋଲି ବୋସ୍‌ କହିଛନ୍ତି। ଏଥିସହ ସେ ତାଙ୍କ ଜୀବନରେ ଯଦି ଅଙ୍ଗଦାନ କରି କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରିବେ ତେବେ ଏଥିରେ ତାଙ୍କୁ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ବୋଷ୍‌।

Rahul-Boseରିପୋର୍ଟ ଅନୁଯାୟୀ ଏହି ଇଭେଣ୍ଟ ମଲ୍ଟି ଅର୍ଗାନ ହାରେଓ୍ଵଷ୍ଟିଙ୍ଗ ଆଣ୍ଡ ନେଟଓ୍ଵାର୍କ ଫାଉଣ୍ଡେସନ ଏବଂ ସିଆଇଆଇର ମିଳିତ ସହଯୋଗରେ ଆୟୋଜନ ହୋଇଛି। ରାହୁଲ୍‌ ବୋଷ୍‌ଙ୍କ ଅଙ୍ଗଦାନକୁ ଭାରତରେ ସମାଜର ମୁଖ୍ୟ ସ୍ରୋତକୁ ମଧ୍ୟ ଆଣିବାକୁ ଚାହୁଁଛନ୍ତି। ବର୍ତ୍ତମାନ ସମୟରେ ଅଙ୍ଗଦାନ କରିବା ବିଲକୁଲ୍‌ ଲୋକପ୍ରିୟ ନୁହେଁ ବୋଲି କହିଛନ୍ତି ବୋଷ୍‌। ଏଥିସହ ୧୦ ଲକ୍ଷ ଲୋକଙ୍କ ପାଇଁ ଜଣେ ଅଙ୍ଗଦାନ କରୁଥିବା ବ୍ୟକ୍ତି ରହିଥାନ୍ତି। କିନ୍ତୁ ସ୍ପେନରେ ୧୦ ଲକ୍ଷ ଲୋକମାନଙ୍କ ପାଇଁ ୪୯ ଜଣ ବ୍ୟକ୍ତି ଅଙ୍ଗଦାନ କରିଥାନ୍ତି। ମୋର ଏହି କାମରେ ଲୋକମାନେ କିପରି ସେମାନଙ୍କ ମନରୁ ଡର, ଭୟ ଦୂର କରି ଅଙ୍ଗଦାନ କରିବା ପାଇଁ ସଚେତନ ହେବେ ସେଥିପାଇଁ ମୁଁ ଏହି ପ୍ରୟାସ ଜାରି ରଖିବି। ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ରାହୁଲ ବୋଷ୍‌ ଚଣ୍ଡୀଗଡ଼ର ଏକ ହୋଟେଲରେ ଦୁଇଟି କଦଳୀର ମୂଲ୍ୟ ୪୪୨ ଟଙ୍କା ଦେଇ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.