ହୋଟଲ ରୁମ୍ ଉପରେ କମିଲା ଜିଏସ୍ଟି, କ୍ୟାଫିନେଟେଡ୍ ବ୍ରିଭରେଜ୍ସ ଉପରେ ବଢିଲା ହାର
ଶସ୍ତା ହେବ ହୋଟେଲ ରହଣି। ମହଙ୍ଗା ହେବ କ୍ୟାଫେନ୍ ଯୁକ୍ତ ପାନୀୟ। ହୋଟଲ ରୁମ୍ ଉପରେ କମିଲା ଜିଏସ୍ଟି, କ୍ୟାଫିନେଟେଡ୍ ବ୍ରିଭରେଜ୍ସ ଉପରେ ବଢିଲା ହାର। ଯେଉଁ ହୋଟେଲ ଗୁଡିକ ଗୋଟିଏ ରାତି ପାଇଁ ୧ ହଜାର ଟଙ୍କା ଚାର୍ଜ କରନ୍ତି, ସେଗୁଡିକୁ ଟିକସ ଦେବାକୁ ପଡିବ ନାହିଁ। ୧ ହଜାର ରୁ ୭ ହଜାର ୫ଶହ ଟଙ୍କା ପର୍ଯ୍ୟନ୍ତ ୧୨ପ୍ରତିଶତ ଏବଂ ୭ ହଜାର ୫ଶହ ଟଙ୍କାରୁ ଅଧିକ ହେଲେ ୧୮ ପ୍ରତିଶତ ଟିକସ ଦେବାକୁ ପଡିବ। ପୂର୍ବରୁ ୭ ହଜାର ୫ଶହ ଟଙ୍କାରୁ ଅଧିକ ପାଇଁ ୨୮ ପ୍ରତିଶତ ଟିକସ ଦେବାକୁ ପଡୁଥିଲା। ଆଉଟ ଡୋର୍ କ୍ୟାଟରିଂ ପାଇଁ ପୂର୍ବରୁ ୧୨ ପ୍ରତିଶତ ଦେବାକୁ ପଡୁଥିଲା, ଏବେ ଏହାକୁ ୫ ପ୍ରତିଶତ କରାଯାଇଛି। କ୍ୟାଫିନେଟେଡ୍ ବ୍ରିଭରେଜେସ୍ ଉପରେ ୧୮ ପ୍ରତିଶତ ଟିକସ ଥିଲା। ଏହାକୁ ୨୮ ପ୍ରତିଶତ କରାଯାଇଛି। ଏହାସହ ଅତିରିକ୍ତ ୧୨ ପ୍ରତିଶତ ସେସ୍ ଦେବାକୁ ପଡିବ। ଫଳରେ ମହଙ୍ଗା ହେବ ମୃଦୁ ପାନୀୟ। ପତ୍ର ତିଆରି ପ୍ଲେଟ ଉପରେ ଜିଏସଟି ପଡିବ ନାହିଁ । ସବୁ ପ୍ରକାର ପଲିଥିନ୍ ବ୍ୟାଗ୍ ଉପରେ ଏକକ ୧୨ ପ୍ରତିଶତ ଟିକସ ଲାଗୁ କରାଯାଇଛି।