Below header

୭ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଦେବେ ଯୋଗ

୭ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତାକାଲି ଟେକ୍‌ସାସର ହ୍ୟୁଟନ ଠାରେ ହାଓଡ଼ି ମୋଦି କାର୍ଯ୍ୟକ୍ରମରେ ଅଭିଭାଷଣ ରଖିବେ ମୋଦି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଯୋଗ ଦେବେ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଧ୍ୟାହ୍ନ ପ୍ରାୟ ୧୨ଟାରେ ଆମେରିକାରେ ପହଞ୍ଚିବେ ମୋଦି। ଏହି ଗସ୍ତ ସମୟରେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ ଓ ୟୁଏନଜିଏ କାର୍ଯ୍ୟକ୍ରମରେ ସମ୍ବୋଧନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି। ଟେକ୍‌ସାସ ଇଣ୍ଡିଆ ଫୋରମ ପକ୍ଷରୁ ହାଓଡି ମୋଦି କାର୍ଯ୍ୟକ୍ରମର ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାମିଲ ହେବେ।

୨୨ତାରିଖରେ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ତୈଳ କଂପାନୀର ସିଇଏଙ୍କ ସାକ୍ଷାତ କରିବେ। ୨୩ ତାରିଖରେ କ୍ଲାଇମେଟ ସମିଟକୁ ସମ୍ବୋାଧିତ କରି ଆତଙ୍କବାଦ ପ୍ରସଙ୍ଗରେ ବିଶ୍ୱର ସମସ୍ତ ନେତାଙ୍କ ସହ ଆଲୋଚନା କରିବେ। ସେହିପରି ୨୪ତାରିଖରେ ୟୁଏନଏସଜି ଆୟୋଜିତ ମଧ୍ୟାହ୍ନ ଭୋଜନରେ ଯୋଗ ଦେବେ। ଏହାସହ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଶତବାର୍ଷିକୀ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେବେ। ୨୫ତାରିଖରେ କାରିକମ୍‌ ବୈଠକରେ ଅଂଶଗ୍ରହଣ କରିବେ। ଏହି ସମୟରେ ସେ ଟ୍ରମ୍ପଙ୍କ ସମେତ ବିଶ୍ୱର ୨୦ଜଣ ପ୍ରମୁଖ ନେତାଙ୍କ ସହ ଆଲୋଚନା କରିବା ସମ୍ଭାବନା ରହିଛି। ୨୭ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ୟୁଏନଜିଏ ଅଧିବେଶନରେ ସମ୍ବୋଧନ କରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.