ଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ, ଆଇଆଇଟିର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
ଭୁବନେଶ୍ୱର: ଓଡ଼ିଶାରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ । ଭୁବନେଶ୍ୱର ଆଇଆଇଟିର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଅଭିଭାଷଣ ରଖିବେ ଇସ୍ରୋ ମୁଖ୍ୟ । ଏହି ଉତ୍ସବରେ ୩ ଜଣଙ୍କୁ ସ୍ୱର୍ଣ୍ଣ ପଦକ ଓ ୧୫ ଜଣଙ୍କୁ ରୌପ୍ୟ ପଦକ ପ୍ରଦାନ କରାଯିବ । ୩୫୬ ଜଣଙ୍କୁ ଡିଗ୍ରୀ ମିଳିବାକୁ ଥିବା ବେଳେ ୩୨ ଜଣଙ୍କୁ ପିଏଚ୍ଡି, ୧୦୫ ଜଣଙ୍କୁ ଏମ୍ଟେକ୍, ୬୭ ଜଣଙ୍କୁ ଏମ୍ଏସ୍ସି ଓ ୧୫୨ ଜଣ ବିଟେକ୍ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ ।