ଘାତକ ସାଜିଛି ହର୍ପିସ୍‌ ଭୂତାଣୁ, ନନ୍ଦନକାନରେ ଗଲା ଆଉ ଏକ ହାତୀର ଜୀବନ

ଭୁବନେଶ୍ବର: ଘାତକ ସାଜିଛି ହର୍ପିସ୍‌ ଭୂତାଣୁ । ନନ୍ଦନକାନରେ ଗଲା ଆଉ ଏକ ହାତୀର ଜୀବନ । ୭ ବର୍ଷର ହାତୀ ଛୁଆ ଗୌରୀର ଜୀବନ ଯାଇଛି । ୩୦ ଘଣ୍ଟା ମଧ୍ୟରେ ଦୁଇଟି ହାତୀ ପ୍ରାଣ ହରାଇଛନ୍ତି । କମଳା ମୃତ୍ୟୁର ୩୦ ଘଣ୍ଟା ବ୍ୟବଧାନରେ ଗୌରୀର ମୃତ୍ୟୁ ହୋଇଛି । ହର୍ପିସ୍‌ ଭୂତାଣୁ ଗୌରୀର ମୃତ୍ୟୁ ହୋଇଛି । ଏହା ସହ ୨୬ ଦିନରେ ନନ୍ଦନକାନନରେ ୪ଟି ହାତୀଙ୍କ ଜୀବନ ଯାଇଛି । ହାତୀଙ୍କ ମୃତ୍ୟୁ ନେଇ ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ । ଏବେ ଦୁଇ ବର୍ଷର ହାତୀ ମାମା ପ୍ରତି ମଧ୍ୟ ହର୍ପିସ୍‌ ଭୂତାଣୁ ବିପଦ ରହିଛି । ଏହି ସଂକ୍ରମଣରେ ପୂର୍ବରୁ ମାଈ ହାତୀ ଜୁଲି ଓ ଦନ୍ତାହାତୀ ଚନ୍ଦନର ମୃତ୍ୟୁ ହୋଇଥିଲା । ଏବେ ନନ୍ଦନକାନନରେ ଆଉ ୪ ହାତୀ ଅଛନ୍ତି । ୨୦୧୨ ଡିସେମ୍ବର ୨୩ ତାରିଖରେ ଆଠଗଡ଼ରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିଲା ଗୌରୀ । ପୂର୍ବରୁ ୨୦୧୭ରେ ନରସିଂହପୁର ଅଞ୍ଚଳରେ ଏହି ରୋଗରେ ୬ ହାତୀଙ୍କ ଜୀବନ ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.