Below header

ଆଜି ଇଣ୍ଟରନ୍ୟାସନାଲ କୋଷ୍ଟାଲ କ୍ଲିନ୍‌ ଡେ, ପୁରୀ ସମୁଦ୍ର ବେଳାଭୂମିରେ କରାଯାଇଛି ମେଗା ସଫେଇ କାର୍ଯ୍ୟକ୍ରମ

ପୁରୀ : ଆଜି ଇଣ୍ଟରନ୍ୟାସନାଲ କୋଷ୍ଟାଲ କ୍ଲିନ୍‌ଅପ୍‌ ଡେ । ଏହି ଅବସରରେ ପୁରୀ ସମୁଦ୍ର ବେଳାଭୂମିରେ ମେଗା ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଜିଲ୍ଲାର ସମୁଦାୟ ୧୩୮ କିଲୋମିଟର ସମୁଦ୍ର ବେଳାଭୂମିକୁ ସଫେଇ କରାଯାଇଛି । ଏଥିପାଇଁ ପୁରୀ ଜିଲ୍ଲାର ସମୁଦ୍ରକୂଳେ କୂଳେ ୧୦୦ଟି ସ୍ଥାନରେ ୧୦ ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କୁ ନେଇ ମେଗା ବେଳାଭୂମି ସଫେଇ କାର୍ଯ୍ୟ କରାଯାଇଛି । ବାଲିରେ ହସ୍ତାକ୍ଷର କରି ସଫେଇ ଆରମ୍ଭ ହୋଇଥିଲା । ମୋ ବିଚ୍‌ ଅଭିଯାନ ପାଇଁ ବିଶାଳ ଶୃଙ୍ଖଳ କରାଯାଇଥିଲା । ବେଳାଭୂମିକୁ ପ୍ରଦୂଷଣ ମୁକ୍ତ କରିବାକୁ ବାର୍ତ୍ତା ଦେଇ ଏହି ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ବେଳାଭୂମି ପ୍ରଦୂଷଣ ସାମୁଦ୍ରିକ ଝଡ଼ର ଆଉ ଏକ କାରଣ ବୋଲି କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ମୋ ବିଚ୍‌ କାର୍ଯ୍ୟକ୍ରମ ଆଗକୁ ବଢାଇବା ପାଇଁ ଏମିତି ଏକ ଯୋଜନା କରାଯାଇଛି । ପୁରୀରୁ ଚନ୍ଦ୍ରଭାଗା, ଚନ୍ଦ୍ରଭାଗାରୁ ଅସ୍ତରଙ୍ଗ, ପୁରୀରୁ ବ୍ରହ୍ମଗିରି ସମୁଦ୍ର ଉପକୂଳରେ ପ୍ରତ୍ୟକ ସ୍ଥାନକୁ ସଫେଇ କରାଯାଇଛି । ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ, ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଧାୟକ ଜୟନ୍ତ ଷଡଙ୍ଗୀ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବଲିଉଡ ତାରକାଙ୍କ ସମେତ ବହୁ ଓଲିଉଡ୍‌ ସେଲିବ୍ରିଟି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.